ଦରଦାମ ବୃଦ୍ଧି ନେଇ ବିକ୍ଷୋଭ କରିବ ବିଜେଡି

ଦରଦାମ ବୃଦ୍ଧି ନେଇ ଆସନ୍ତା ଜାନୁଆରୀ ୬ ତାରିଖରେ ଲୋକସେବା ଭବନ ଆଗରେ ବିକ୍ଷୋଭ କରିବ ବିଜେଡି । ରାଜ୍ୟ ସରକାରଙ୍କୁ ନିଶାଣ କରି ପ୍ରେସମିଟ ଜରିଆରେ ଏହି ସୂଚନା ଦେଇଛନ୍ତି ବିଜେଡି ନେତା ।ବିଜେପି ସରକାର ଗଠନର ୬ ମାସରେ ହୁ ହୁ ହେଇ ବଢ଼ି ଚାଲିଛି ଦରଦାମ । ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, ୫୦ ହଜାର ସୁଭଦ୍ରା, ୩00 ୟୁନିଟ ମାଗଣା ବିଜୁଳି, ୩୧୦୦ ଏମଏସପି , ଭତ୍ତା, ଏ ସବୁରେ ହୋଇଛନ୍ତି ବିଫଳ । ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ସୁଭଦ୍ରାର ନିୟମ ୯ ଥର ବଦଳିଥିବାବେଳେ ଆଳୁ ୬0 ଏବଂ ଡାଲି ୧୫୦ ହେଲାଣି । ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି କହିଛି ବିଜେଡି । ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳିରେ ପାଳନ କରିବ ବୋଲି ଦେଇଛି ସୂଚନା ।
What's Your Reaction?






