ରୁଷିଆ ଆଣିଲା କର୍କଟ ଟୀକା

Dec 18, 2024 - 15:35
 0  6
ରୁଷିଆ ଆଣିଲା କର୍କଟ ଟୀକା

କର୍କଟ ରୋଗୀଙ୍କ ପାଇଁ ଆସିଛି ଏକ ଖୁସି ଖବର ।ଏହି ମାରାତ୍ମକ ରୋଗକୁ ଭଲ କରିବା ପାଇଁ ନିଜର ଏମଆରଏନଏ ଟିକା ବିକଶିତ କରିଛି ରୁଷିଆ ,ଯାହା ୨୦୨୫ ପ୍ରାରମ୍ଭରୁ ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ହେବ ଉପଲବ୍ଧ ।ଏହି ଘୋଷଣା କରିଛନ୍ତି ରୁଷିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ଡାକ୍ତରୀ ଅନୁସନ୍ଧାନ କେନ୍ଦ୍ରର ମହାନିର୍ଦ୍ଦେଶକ ଆଣ୍ଡ୍ରେ କାପ୍ରିନ ।ରୁଷୀୟ ନ୍ୟୁଜ୍ ଏଜେନ୍ସି ଟାସ୍ ଅନୁଯାୟୀ,  କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେଏହି ଟିକା । ସେହିପରି ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡର ଗିଣ୍ଟସବର୍ଗ କହିଛନ୍ତି ଯେ, ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣ ସମୟରେ ଦେଖାଯାଇଛି ଯେ, ଏହା ଟ୍ୟୁମର ବୃଦ୍ଧି ଏବଂ ମେଟାଷ୍ଟାସିସ୍ ବା କର୍କଟ ବ୍ୟାପିବା ରୋକିବାରେ ପ୍ରଭାବଶାଳୀ ।

 

What's Your Reaction?

like

dislike

love

funny

angry

sad

wow