କାବୁଲରେ ପାକିସ୍ତାନର ବଡ଼ ଧରଣର ଏୟାର୍ ଷ୍ଟ୍ରାଇକ୍: ୪୦୦ ମୃତ
ଆଫଗାନିସ୍ତାନ ରାଜଧାନୀ କାବୁଲରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍। ଗତ ରାତିରେ କାବୁଲର ଏକ ହାସପାତାଳରେ ପାକିସ୍ତାନୀ ଏୟାର୍ ଷ୍ଟ୍ରାଇକ୍ କରିବା ଯୋଗୁଁ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୫୦ ଜଣ ହୋଇଛନ୍ତି ଆହତ । ପାକିସ୍ତାନ ଏୟାରଷ୍ଟ୍ରାଇକରେ ହାସପାତାଳର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଛି ଏବଂ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କହିଛନ୍ତି ତାଲିବାନ ସରକାର। ଏପଟେ ଆଫଗାନିସ୍ତାନ ସରକାରଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛି ପାକିସ୍ତାନ । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, କାବୁଲରେ କୌଣସି ହାସପାତାଳକୁ କରାଯାଇ ନାହିଁ ନିଶାଣ। ଆତଙ୍କୀ ଆଡ୍ଡାକୁ ନଷ୍ଟ କରାଯାଇଥିବା କହିଛି ପାକିସ୍ତାନ ।
What's Your Reaction?