ସରିଲା ଭୋଟ୍ ଗଣତି, ବାଜିମାତ୍ କଲେ ଦିଲ୍ଲୀପ ରାୟ
ସରିଲା ଓଡିଶା ରାଜ୍ୟସଭା ନିର୍ବାଚନ ଭୋଟ୍ ଗଣତି। ବାଜି ପଲଟାଇଦେଲା କ୍ରସ୍ ବା ଦଳ-ବିରୋଧୀ ମତଦାନ ଯେଉଁ କାରଣରୁ ଦିଲ୍ଲୀପ ରାୟ ବିଜୟ ଲାଭ କରିଥିବାବେଳେ ହାରିଛନ୍ତି ଦତ୍ତେଶ୍ବର ହୋତା । ରାଜ୍ୟସଭା ସଦସ୍ୟ ଭୂମିକାରେ ରହି ସଂସଦରେ ଓଡ଼ିଶାର ସମସ୍ୟା ରଖିବେ ଦିଲ୍ଲୀପ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ଲଢିଥିଲେ ୫ ପ୍ରାର୍ଥୀ । ତେବେ ନିର୍ବାଚନର ମୋଡ ବଦଳାଇଦେଲା କ୍ରସ୍ ଭୋଟିଂ। ୧୧ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା ମିଳିଛି ସୂଚନା, ଯାହାକୁ ନେଇ ବର୍ଷିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କ୍ରସ୍ଭୋଟିଂ କରିଥିବା ବିଧାୟକ ମାନଙ୍କର ରହିଛି ଅପରାଧିକ ପୃଷ୍ଠଭୂମି । ସେମାନଙ୍କର ବାପାମାନେ ରହିଛନ୍ତି କାରାଗାରରେ । ବିଜେପି ଘୋଡ଼ା ବେପାର କରୁଛି ବୋଲି ପୂର୍ବରୁ କହିଆସୁଥିଲି ବୋଲି କହିଥିଲେ ନବୀନ । ସେଇଆ ହିଁ ଘଟିବାରୁ ହାରିଗଲେ ଆମର ମିଳିତ ପ୍ରାର୍ଥୀ I
What's Your Reaction?