ଆପ୍ ବିଧାୟକ ଅମାନତୁଲ୍ଲା ଖାନ ଗିରଫ

ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତାଙ୍କ ଘରେ ଚଢାଉ କରି ୬ ଘଣ୍ଟା ଜେରା କରିବା ପରେ ଅମାନତୁଲ୍ଲାଙ୍କୁ କରାଯାଇଛି ଗିରଫ। ଦିଲ୍ଲୀ ୱାକଫ ବୋର୍ଡରେ ନିଯୁକ୍ତି ଜାଲିଆତି ଓ ଏହାର ସଂପତ୍ତିକୁ ଲିଜ୍ ଦେବାରେ ଅନିୟମିତତା ତଥା ମନିଂ ଲଣ୍ଡରିଂ ହୋଇଥିବା ନେଇ ତାଙ୍କ ନାମରେ ହୋଇଥିଲା ଅଭିଯୋଗ ।ସେପଟେ ଆପ୍ ଅଭିଯୋଗ କରିଛି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିବିଆଇ ପରି କେନ୍ଦ୍ରୀୟ ଏଜେନ୍ସରି ଦୂରୁପଯୋଗ କରୁଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରମାଣ ନ ଥାଇ କେବଳ ହଇରାଣ କରିବାକୁ ଆପ୍ ର ନେତାଙ୍କୁ କରାଯାଉଛି ନିଶାଣ।
What's Your Reaction?






