ଓ୍ବାଇଏସଆର କଂଗ୍ରେସ କାର୍ଯ୍ୟାଳୟରେ ଚାଲିଲା ବୁଲଡୋଜର

Jun 22, 2024 - 15:42
 0  2
ଓ୍ବାଇଏସଆର କଂଗ୍ରେସ କାର୍ଯ୍ୟାଳୟରେ ଚାଲିଲା ବୁଲଡୋଜର

ସରକାରକୁ ଫେରିବା ପରେ ଆକ୍ସନ ମୁଡରେ ତେଲୁଗ ଦେଶମ ପାର୍ଟି ତଥା ଟିଡିପିର ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର। ଆଜି ଗୁଣଟୁର ଜିଲ୍ଲାର ତାଡେପାଲ୍ଲିରେ ଥିବା ୱାଇଏସଆର କଂଗ୍ରେସ ପାର୍ଟିର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟକୁ କରାଯାଇଇଛି ଉଚ୍ଛେଦ । ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାର୍ଟିର ଏହି ନିର୍ମାଣଧୀନ କାର୍ଯ୍ୟାଳୟକୁ ଉଚ୍ଛେଦ କରିଛି ମ୍ୟୁନିସିପାଲିଟି।ବେଆଇନ ଭାବେ ନିର୍ମାଣ କରାଯାଉଥିବା ଅଭିଯୋଗ କରି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ହେଉଛି ଚର୍ଚ୍ଚା। ସୂଚନା ଅନୁସାରେ, ଆଜି ସକାଳ 5.30ରେ ମଙ୍ଗଳାଗିରି-ତାଡେପାଲ୍ଲି ମ୍ୟୁନିସିପାଲିଟି କର୍ପୋରେସନ୍ର ଅଧିକାରୀମାନେ ୱାଇଏସଆର କଂଗ୍ରେସର ନିର୍ମାଣଧୀନ କୋଠାରେ ଚଲାଇଛନ୍ତି ବୁଲଡୋଜର ।

What's Your Reaction?

like

dislike

love

funny

angry

sad

wow