ଏଣିକି ବିଳମ୍ବରେ କାର୍ଯ୍ୟାଳୟ ଆସିଲେ କଟିବ ଅଧା ଦିନର ଦରମା

Jun 22, 2024 - 15:45
 0  6
ଏଣିକି ବିଳମ୍ବରେ  କାର୍ଯ୍ୟାଳୟ ଆସିଲେ କଟିବ ଅଧା ଦିନର ଦରମା

ଏଣିକି ବିଳମ୍ବରେ କାର୍ଯ୍ୟାଳୟ ଆସୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟାଳୟରେ ନ ପହଞ୍ଚିଲେ ଅଧା ଦିନର ଦରମା କଟିବା ନେଇ କର୍ମଚାରୀଙ୍କୁ ଚେତାବନୀ ଦେଇଛି କେନ୍ଦ୍ର।ସୂଚନା ଅନୁସାରେ,   ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ତଥା ଡିଓପିଟି। ଡିଓପିଟି ନିଷ୍ପତ୍ତି ଅନୁସାରେ, ସମସ୍ତ କର୍ମଚାରୀ ସକାଳ 9.15 ମଧ୍ୟରେ କାର୍ଯ୍ୟାଳୟରେ ପହଞ୍ଚିବାକୁ ବାଧ୍ୟ। ଯଦି ନିର୍ଦ୍ଧାରିତ ସମୟ ପରେ ବାୟୋମେଟ୍ରିକରେ ପଞ୍ଚ୍ ହୋଇଥାଏ, ତେବେ ସମ୍ପୃକ୍ତ କର୍ମଚାରୀଙ୍କର  କାଟି ଦିଆଯିବ ଅଧା ଦିନର ଦରମା। ସେହିପରି ଯଦି ଜଣେ କର୍ମଚାରୀ କୌଣସି କାରଣରୁ କାର୍ଯ୍ୟାଳୟ ନ ଆସିବେ ତେବେ ତାଙ୍କୁ ଆଗୁଆ ଜଣାଇବାକୁ ପଡ଼ିବ ଏବଂ କାଜୁଆଲ୍ ଲିଭ୍() ଆପ୍ଲାଏ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛି ବିଭାଗ ।

What's Your Reaction?

like

dislike

love

funny

angry

sad

wow