ବଡ଼ ଯୁଦ୍ଧ ଘୋଷଣା କଲେ ଟ୍ରମ୍ପ
ରେଡ୍ ସି ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ବିରୋଧରେ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଯେଉଁଥିରେ ପ୍ରାଣ ହରାଇଛନ୍ତି ୧୯ ରୁ ଅଧିକ ଲୋକ। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି ହୁଥି ବିଦ୍ରୋହୀମାନେ ଆକ୍ରମଣ ଜାରି ରଖନ୍ତି, ତେବେ ସେମାନଙ୍କର ପରିସ୍ଥିତି ନର୍କଠାରୁ ହେବ ଖରାପ ।ସେ ଇରାନକୁ ତୁରନ୍ତ ହୁଥିମାନଙ୍କ ସମର୍ଥନ ବନ୍ଦ କରିବାକୁ ମଧ୍ୟ ଦେଇଛନ୍ତି ଚେତାବନୀ। ‘’ଯଦି ଇରାନ ଆମେରିକାକୁ ଧମକ ଦିଏ, ତେବେ ଆମେରିକା କୌଣସି ପ୍ରକାରର ନରମ ସ୍ବଭାବ ଦେଖାଇବ ନାହିଁ ବୋଲି ମଧ୍ଯ ସ୍ପଷ୍ଟ କରିଛନ୍ତି ଟ୍ରମ୍ପ।’
What's Your Reaction?