ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ

ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ।ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୧୮ ଉତ୍ତପ୍ତ ସହର ମଧ୍ୟରେ ରହିଛି ଓଡ଼ିଶାର ୬ ସହର । ସେହିଭଳି ୪୦ ଡିଗ୍ରୀ ଟପିଛି ଓଡ଼ିଶାର ୧୩ ସହରର ତାପମାତ୍ରା । ୪୨.୫ ଡିଗ୍ରୀ ସହ ଦେଶର ଏକ ନମ୍ବର ସହର ପାଲଟିଛି ବୌଦ୍ଧ । ସେହିପରି ୪୨.୨ ଡିଗ୍ରୀ ସହ ଦ୍ବିତୀୟରେ ସମ୍ବଲପୁର ରହିଥିବା ବେଳେ ୪୧.୮ ଡିଗ୍ରୀ ଛୁଇଁଛି ଝାରସୁଗଡାର ତାପମାତ୍ରା। ସୂଚନା ଅନୁସାରେ ୧୯ ତାରିଖରୁ ତାତିରୁ ମିଳିବ ତ୍ରାହି। ୧୯, ୨୦ ଓ ୨୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ରହିଛି ସମ୍ଭାବନା ।
What's Your Reaction?






