ଏଣିକି ଏଟିଏମ୍ରୁ ମିଳିବ ଇପିଏଫଓ ଟଙ୍କା
ଏଣିକି ପ୍ରୋଭିଡେଣ୍ଟ ପାଣ୍ଠି ଟଙ୍କା ଉଠାଇବା ପାଇଁ ହେବାକୁ ପଡିବନି ହଇରାଣ । ସିଧାସଳଖ ଏଟିଏମ୍ରୁ ଉଠାଇ ପାରିବେ ଏହି ଟଙ୍କା। ଖୁବଶୀଘ୍ର ଇପିଏଫ୍ଓ- ୩.୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ । ସେ କହିଛନ୍ତି ଯେ, ଇପିଏଫ୍ଓ- ୩.୦ର ନୂଆ ବ୍ୟବସ୍ଥା ଦେଶର ବ୍ୟାକିଂ ସିଷ୍ଟମ୍ ଭଳି ଯୋଗାଇବ ସୁବିଧା । ଏହାସହିତ ଇପିଏଫଓ ୱେବସାଇଟ୍ ଗ୍ରାହକଙ୍କ ପାଇଁ ଆହୁରି ସହଜ ହେବ କହିଛନ୍ତି ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଇପିଏଫ୍ଓ- ୩.୦ ଲାଗୁହେଲେ ଏହାର ସଦସ୍ୟଙ୍କୁ ମିଳିବ ଏକ ସ୍ବତନ୍ତ୍ର ଏଟିଏମ୍ କାର୍ଡ । ୱେବସାଇଟ୍ରେ ଥିବା ସବୁ ସମସ୍ୟାକୁ ଜାନୁଆରୀ ମାସ ଶେଷ ସୁଦ୍ଧା କରିଦିଆଯିବ ସମାଧାନ ।
What's Your Reaction?