ନୂଆ ବର୍ଷରେ ଚୋରା ମଦ ମନା

ଆସୁଛି ନୂଆବର୍ଷ। ଜିରୋ ନାଇଟ୍ ଉତ୍ସବ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ବିଭିନ୍ନ ହୋଟେଲ ଏବଂ ସଂସ୍ଥା । ତେବେ ଜିରୋ ନାଇଟ୍କୁ ନେଇ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ଅବକାରୀ ବିଭାଗ। ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଥିବା ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଜିରୋ ନାଇଟ୍ ପାଇଁ ଦିଆଯିବନାହିଁ କୌଣସି ଅସ୍ଥାୟୀ ଲାଇସେନ୍ସ । ତେବେ ଚୋରା ମଦ ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର। ଜିରୋ ନାଇଟ୍ର ଆଳ ଦେଖାଇ କେହି ବିକ୍ରି କରିପାରିବେ ନାହିଁ ଚୋରା ମଦ। ଆଗାମୀ ଜାନୁଆରୀ ଶେଷ ପର୍ଯ୍ୟନ୍ତ କଡ଼ା ଯାଞ୍ଚ ପାଇଁ ବିଭାଗକୁ ଦିଆଯାଇଛି ନିର୍ଦ୍ଦେଶ।
What's Your Reaction?






