ଆସନ୍ତାକାଲି ହେବ ମନମୋହନଙ୍କ ଅନ୍ତିମ ସଂସ୍କାର

Dec 27, 2024 - 15:46
 0  8
ଆସନ୍ତାକାଲି ହେବ ମନମୋହନଙ୍କ ଅନ୍ତିମ ସଂସ୍କାର

ଆଉ ନାହାନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ। ଦିଲ୍ଲୀ ଏମ୍ସରେ ଗତ ରାତିରେ ୯୨ ବର୍ଷ ବୟସ୍କ ଶ୍ରୀ ସିଂହଙ୍କ ହୋଇଛି ପରଲୋକ। ତାଙ୍କ ବିୟୋଗ ଘଟଣାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଦେଶବାସୀ। ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ଅବଧିରେ ଅର୍ଧନମିତ ହୋଇ ରହିବ ଜାତୀୟ ପତାକା । ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି  କରିଛନ୍ତି ତାଙ୍କ ଶେଷ ଦର୍ଶନ। ଆସନ୍ତାକାଲି ଦିଲ୍ଲୀର ଶକ୍ତି ସ୍ଥଳରେ ତାଙ୍କର ଶେଷକୃତ୍ୟ ହେବ ସମ୍ପନ୍ନ  ।

 

What's Your Reaction?

like

dislike

love

funny

angry

sad

wow