୧୩୫ଟି ଔଷଧର ନମୂନା ବିଫଳ: ଉଚ୍ଚ ରକ୍ତଚାପ ଓ ମଧୁମେହ ଟାବଲେଟ ସେବନ କରିବା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ
![୧୩୫ଟି ଔଷଧର ନମୂନା ବିଫଳ: ଉଚ୍ଚ ରକ୍ତଚାପ ଓ ମଧୁମେହ ଟାବଲେଟ ସେବନ କରିବା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ](https://kalingascroll.in/uploads/images/202501/image_870x_6794c1e842638.jpg)
କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ତରଫରୁ ସାରା ଦେଶରେ ଔଷଧର ମୋଟ ୧୩୫ଟି ନମୂନାକୁ କରାଯାଇଛି ବିଫଳ। ଯେଉଁସବୁ ଔଷଧଗୁଡ଼ିକର ନମୂନା ବିଫଳ କରାଯାଇଛି, ସେଗୁଡ଼ିକ ମଧ୍ୟରେ ସାମିଲ ରହିଛି ହୃଦୟ, କିଡନୀ, ରକ୍ତଚାପ ଓ ଆଣ୍ଟିବାୟୋଟିକ ସମେତ ଅନେକ ଔଷଧ । ଏହା ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଔଷଧୀ ମାନକ ନିୟନ୍ତ୍ରଣ ସଂଗଠନ ତରଫରୁ ଅନେକ ଔଷଧକୁ କରାଯାଇଥିଲା ପ୍ରତିବନ୍ଧକ ।ଏହି ଔଷଧଗୁଡ଼ିକୁ ପ୍ରସ୍ତୁତ କରିଥାଏ ଦେଶର ଅନେକ ବଡ଼ ବଡ଼ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ । ଗୁଣବତ୍ତା ପରୀକ୍ଷଣରେ ଏହି ଔଷଧ ବିଫଳ ଓ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ଜଣାପଡିବା ପରେ ଏବେ ଯାଞ୍ଚ ଘେରକୁ ଚାଲିଆସିଛନ୍ତି ଏହି ଔଷଧଗୁଡ଼ିକର ନିର୍ମାତା।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)