ସବୁ ଦୋକାନ ନେମପ୍ଲେଟରେ ମାଲିକଙ୍କ ନାମ ଲେଖିିବା ବାଧ୍ୟତାମୂଳକ

Jul 19, 2024 - 12:29
 0  3
ସବୁ ଦୋକାନ ନେମପ୍ଲେଟରେ ମାଲିକଙ୍କ ନାମ ଲେଖିିବା ବାଧ୍ୟତାମୂଳକ

ଶ୍ରାବଣ ମାସ ଆସୁଥିବାରୁ ଏଣିକି ଶୈବପୀଠରେ ଜଳାଭିଶେକ କରିବାକୁ ଆରମ୍ଭ ହେବ କାଉଡିଆଙ୍କ ଯାତ୍ରା । ଏହା ପୂର୍ବରୁ କାଉଡିଆଙ୍କ ସୁରକ୍ଷିତ ଯାତ୍ରା ତଥା ସେମାନଙ୍କ ବ୍ରତର ନିଶ୍ଚିତତା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସବୁ ଭୋଜନାଳୟ ଆଗରେ ତା’ର ମାଲିକର ନାମ ଲେଖିବା ବାଧ୍ୟତାମୂଳକ ବୋଲି ସେ ଦେଇଛନ୍ତି ନିର୍ଦ୍ଦେଶ  । ଏହାପୂର୍ବରୁ ଉତ୍ତରପ୍ରଦେଶ ମନ୍ତ୍ରୀ କପିଲ ଦେବ ଅଗ୍ରୱାଲ ଅଭିଯୋଗ କରିଥିଲେ ଯେ. ମୁସଲମାନମାନେ ହିନ୍ଦୁ ନାମର ପୋଷାକରେ ତୀର୍ଥଯାତ୍ରୀମାନଙ୍କୁ ଆମୀଷ ଖାଦ୍ୟ ବିକ୍ରି କରନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସେମାନେ ବୈଷ୍ଣୋଦେେବୀ ଭଣ୍ଡାର, ଶାକମ୍ବରୀ ଦେବୀ ଭୋଜନାଳୟ ଏବଂ ଶୁଦ୍ଧ ଭୋଜନାଳୟ ଭଳି ନାମ ଲେଖନ୍ତି ଏବଂ ଆମୀଷ ଖାଦ୍ୟ ବିକ୍ରି କରନ୍ତି। ତେଣୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଯୋଗୀ  ଆଦିତ୍ୟନାଥ ।

What's Your Reaction?

like

dislike

love

funny

angry

sad

wow