ଓଡିଶା ପାଳୁଛି ରସଗୋଲା ଦିବସ

Jul 19, 2024 - 12:41
 0  6
ଓଡିଶା ପାଳୁଛି ରସଗୋଲା ଦିବସ

ଆଜି ଓଡିଶା ପାଳୁଛି ରସଗୋଲା ଦିବସ ।ପ୍ରତିବର୍ଷ ଚତୁର୍ଦ୍ଧା ମୂରତିଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗୁଥିବାରୁ ଏହି ଦିନକୁ ରସଗୋଲା ଦିବସ ଭାବେ କରାଯାଉଛି ପାଳନ ।ବିଶ୍ୱାସ ରହିଛି, ନୀଳାଦ୍ରି ବିଜେରେ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ  ମା’ ଲକ୍ଷ୍ମୀଙ୍କୁ ରସଗୋଲା ଭେଟି ଦିଅନ୍ତି ମହାପ୍ରଭୁ ଜଗନ୍ନାଥ। ଏହାପରେ ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ କରିଥାନ୍ତି ପ୍ରବେଶ।ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ଯ ରସଗୋଲର ରହିଛି ବେଶ୍ ଗୁରୁତ୍ୱ ।୨୦୧୫ ଜୁଲାଇ ୩୦ ନୀଳାଦ୍ରି ବିଜେ ଦିନ ପ୍ରଥମେ ଆରମ୍ଭ ହୋଇଥିଲା ଏହି ଦିବସ । ଏହା ପରେ ୨୦୧୬ ଜୁଲାଇ ୧୭ ଠାରୁ କରାଯାଉଛି ପାଳନ । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ‘’ ଆରମ୍ଭ ହୋଇଥିଲା ମିଠାଯୁଦ୍ଧ।‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା ପଶ୍ଚିମବଙ୍ଗ  ।୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ମିଳିଥିଲା ଜିଆଇ ଟ୍ୟାଗ୍ ମାନ୍ୟତା।

What's Your Reaction?

like

dislike

love

funny

angry

sad

wow