ବୈଜୟନ୍ତ ପଣ୍ଡା ହେଲେ ପାର୍ଲାମେଣ୍ଟ ବିଜନେସ୍ ଆଡଭାଇଜରୀ କମିଟି ସଦସ୍ୟ

ସଂସଦର ବିଜନେସ ଆଡଭାଇଜରୀ ତଥା ବ୍ୟବସାୟ ପରାମର୍ଶଦାତା କମିଟି ପାଇଁ ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ,ଯେଉଁଥିରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ।ସେହିପରି ବିଜନେସ୍ ଆଡଭାଇଜରୀ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଡିଏମକେ ସାଂସଦ ଦୟାନିଧି ମାରନ, ବିଜେପି ସାଂସଦ ପିପି ଚୌଧୁରୀ ଓ ଅନୁରାଗ ଠାକୁର।ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ। ୨୩ ତାରିଖରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
What's Your Reaction?






