ସୁଭଦ୍ରା ଯାଜନାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ସୁଭଦ୍ରା ଯାଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ପରାମର୍ଶ । ନିମାପଡ଼ାର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ରଦ୍ଦ ହୋଇଛି ସେମାନଙ୍କ ପଞ୍ଜିକରଣ । ଅନେକଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଆଉ ଏକାଧିକ ନମ୍ବର ରହିଛି । ଗୋଟିଏ ଆକାଉଣ୍ଟ ସହ ସେହି ନମ୍ବର ଯେପରି ଆଧାର କାର୍ଡ ସହ ସଂଯୋଗ ଥିବ, ତାହାଲେ ସୁଭଦ୍ରା ଟଙ୍କା ଯୋଗାଇବାରେ ହେବ ସୁବିଧା । ୨ ଲକ୍ଷ ୬୭ ହଜାର ରଦ୍ଦ ତାଲିକାକୁ ଯାଞ୍ଚ ପାଇଁ ପଠାଯାଇଛି ବ୍ଲକ୍ କାର୍ଯ୍ୟାଳୟ। ସେମାନଙ୍କ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନୱାଡ଼ି କର୍ମୀ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
What's Your Reaction?






