୨୦୨୫-୨୬ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବିଶ୍ବର ଅର୍ଥନୀତିକୁ ଦୃଷ୍ଟିରେ ରଖି ଆଜି ଲୋକସଭାରେ ୨୦୨୫-୨୬ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟରେ ୧୦ଟି କ୍ଷେତ୍ରକୁ ଦିଆଯାଇଛି ଦୃଷ୍ଠି। ବିଶେଷକରି ଯୁବବର୍ଗ, ମହିଳା, କୃଷକଙ୍କ ବିକାଶ,ଶିକ୍ଷା ,ସ୍ବାସ୍ଥ୍ୟ ଏବଂ ଗରିବୀ ଦୂରୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ଖାଦ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ ଭାରତ। କୃଷକଙ୍କ ପାଇଁ ‘ଧନଧାନ୍ୟ ଯୋଜନା’ର ଘୋଷଣା । କିଷାନ କ୍ରେଡିଟ୍ କାର୍ଡ୍ ଲିମିଟ୍ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ କରାଯାଇଛି ବୃଦ୍ଧି ।ସେହିପରି ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା, ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ହେବେ ଉପକୃତ। ଏହାସହ ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିବାକୁ ପ୍ରତି ହାଇସ୍କୁଲରେ କରାଯିବ ଡିଜିଟାଲ ବ୍ୟବସ୍ଥା । ସବୁ ସ୍କୁଲକୁ ଯୋଗାଇଦିଆଯିବ ବ୍ରଡବ୍ୟାଣ୍ଡ ସୁବିଧା । ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ଡାକ୍ତରୀ ଆସନ ୧.୧ ଲକ୍ଷ କରାଯିବ ବୃଦ୍ଧି । ସବୁ ଜିଲ୍ଲାରେ କର୍କଟ ହାସପାତାଳ ପ୍ରତିଷ୍ଠା କରାଯିବା ସହ ରହିବେ ଆବଶ୍ୟକ ଡାକ୍ତର । ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରହିବ ବ୍ରଡବ୍ୟାଙ୍ଗ ସୁବିଧା। ଖୋଲିବ ୨୦୦ ଡେ’ କେୟାର ହାସପାତାଳ ସେଣ୍ଟର।ବଜେଟରେ ବିହାର ପାଇଁ ହୋଇଛି ବଡ଼ ଘୋଷଣା । ବିହାରରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ସୁବିଧା ପ୍ରଦାନ ସହ ପାଟନା ବିମାନ ବନ୍ଦରର ବଢାଯିବ କ୍ଷମତା ।ପାଟନା ଆଇଆଇଟିର ଆସନ ସଂଖ୍ୟାରେ ବୃଦ୍ଧି କରାଯିବା ସହ ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ କରାଯିବ ବୃଦ୍ଧି । ପାଟନା ଆଇଆଇଟିରେ ସଂରଚନାକୁ ମଧ୍ଯ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ବଜେଟ୍ ଅଭିଭାଷଣ ରଖିବା ସମୟରେ ହୋଇଛି ଆଉ ଏକ ବଡ଼ ଘୋଷଣା । ସୂଚନା ମୁତାବକ, ଆସନ୍ତା ସପ୍ତାହରେ ଆସିବ ନୂଆ ଆୟକର ଆଇନ୍ । ନୂଆ ଆୟକର ଆଇନରେ ନିୟମ ସରଳ ଭାଷାରେ ଲେଖାଯିବା ସହିତ ସାଧାରଣ ଲୋକମାନେ ଯେଭଳି ଏହାକୁ ବୁଝିପାରିବେ, ସେନେଇ କରାଯିବ ବ୍ୟବସ୍ଥା । ଏହାସହ ଅନାବଶ୍ୟକ ଏବଂ ଅପ୍ରଚଳିତ ନିୟମକୁ ହଟାଯିବ ଏବଂ କର ବିବାଦକୁ କରାଯିବ କମ । ଏଥିପାଇଁ ପାଖାପାଖି ୬୫୦୦ ମତାମତ ଗ୍ରହଣ କରାଯାଇଛି ବୋଲି ରହିଛି ସୂଚନା ।ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ବଜେଟ୍ରେ ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ର ପାଇଁ ଅଧିକ ଋଣ ପ୍ରଦାନ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଆୟକରକୁ ନେଇ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ, ଯେଉଁଥିରେ ୧୨ ଲକ୍ଷ ଆୟ ପର୍ୟ୍ୟନ୍ତ ଛାଡ ହୋଇଛି ଟ୍ୟାକ୍ସ । ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ହୋଇଛି ଘୋଷଣା ।ଅର୍ଥମନ୍ତ୍ରୀଙ୍କ ସୂଚନା ମୁତାବକ, ବାର୍ଷିକ ୧୨ ଲକ୍ଷ ଆୟ ପର୍ୟ୍ୟନ୍ତ ଲୋକଙ୍କୁ ଦେବାକୁ ପଡିବନି କୌଣସି ଇନକମ୍ ଟ୍ୟାକ୍ସ । ନୂଆ ଟ୍ୟାକ୍ସ ସ୍ଲାବ୍ ବ୍ୟବସ୍ଥା ଅନୁସାରେ କରାଯାଇଛି ଏହି ଘୋଷଣା । ତେବେ ଏହା ପୂର୍ବରୁ ୭ ଲକ୍ଷ ଆୟ ପର୍ୟ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିଲା, ଯାହାକୁ ଏବେ ବୃଦ୍ଧି କରି ୧୨ ଲକ୍ଷ କରିଛନ୍ତି ମୋଦୀ ସରକାର । ବଡେଟରେ ଶସ୍ତା ହୋଇଛି ଡାକ୍ତରୀ ଉପକରଣ,ମୋବାଇଲ ଫୋନ୍, କାର୍ ବ୍ୟାଟେରୀ
ବୈଦୂତିକ ଗାଡ଼ି,ଏଲଇଡି ଟିଭି ,ଲିଥିୟମ ଆୟନ ବ୍ୟାଟେରୀ ,କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍ ,ବୈଦ୍ୟୁତିକ ଉପକରଣ।ସେହିପରି ୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ ହୋଇଥିବାବେଳେ ୭ ଜୀବନ ରକ୍ଷାକାରୀ ଔଷଧ ଉପରୁ ହୋଇଛି ଶୁଳ୍କ ହ୍ରାସ,ଯାହା ଫଳରେ ଶସ୍ତା ହୋଇଯିବ କର୍କଟ ଔଷଧ।ତେବେ ପ୍ଲାଷ୍ଟିକ ଜାତ ସାମଗ୍ରୀ , ନିଟେଡ୍ ଫାବ୍ରିକ୍, ଫ୍ଲାଟ୍ ସ୍କ୍ରିନ୍ ଟିଭି ହେବ ମହଙ୍ଗା । ସେହିପରି ଭାରତ ହେବ ନ୍ୟୁକ୍ଲିୟର୍ ପାଓ୍ବାର ହବ୍ ।ଏନେଇ ବଜେଟ୍ରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରମାଣୁ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରିଛନ୍ତି ଅର୍ଥମନ୍ତ୍ରୀ ।ବଜେଟରେ ଆମାଜନ୍, ଫ୍ଲିପକାର୍ଟ, ଜୋମାଟୋ ଆଉ ସ୍ୱିଗି ଭଳି ଡେଲିଭରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ମୋଦୀ ସରକାର ଖୁବଶୀଘ୍ର ଏହି ୧ କୋଟି କର୍ମଚାରୀଙ୍କୁ ପରିଚୟ ପ୍ରଦାନ କରିବା ସହିତ ଇ-ଶ୍ରମ ପୋର୍ଟାଲରେ ମଧ୍ୟ ସେମାନଙ୍କର କରାଯିବ ପଞ୍ଜୀକରଣ ।
What's Your Reaction?