ମଣିପୁର ହିଂସା ପୀଡିତଙ୍କୁ ଭେଟି କଥା ହୋଇଛନ୍ତି ରାହୁଲ ଗାନ୍ଧୀ

Jul 9, 2024 - 15:13
 0  8
ମଣିପୁର ହିଂସା ପୀଡିତଙ୍କୁ ଭେଟି କଥା ହୋଇଛନ୍ତି ରାହୁଲ ଗାନ୍ଧୀ

ସୋମବାର ମଣିପୁର ରିଲିଫ୍ ଶିବିରରେ ଥିବା ହିଂସା ପୀଡିତଙ୍କୁ ଭେଟି କଥା ହୋଇଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବିରୋଧୀ ଦଳ ନେତା ହେବା ପରେ ରାହୁଲଙ୍କର ଏହା ପ୍ରଥମ ମଣିପୁର ଗସ୍ତ। ମଣିପୁର ଯିବା ପୂର୍ବର ଆସାମର ବନ୍ୟା ପୀଡିତଙ୍କୁ​‌ ଭେଟିଥିଲେ ରାହୁଲ ଗାନ୍ଧୀ ।  ଗତବର୍ଷ ମେ ୩ ତାରିଖରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଥିବାବେଳେ ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ରାହୁଲ କୁମ୍ଭୀରଗ୍ରାମ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ଆସାମ ବନ୍ୟା ପୀଡିତଙ୍କୁ ଭେଟିବାକୁ ଯାଇଥିଲେ। ବିମାନବନ୍ଦରରେ ରାହୁଲଙ୍କୁ ଆସାମ ପ୍ରଦେଶ କଂଗ୍ରେସ ସଭାପତି ଭୁପେନ ବୋରା ଓ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ କରିଥିଲେ। ପରେ ମଣିପୁର ରାଜ୍ୟ କଂଗ୍ରେସ ସଭାପତି କେଶମ ମେଘାଚନ୍ଦ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ଓ ଇବୋବି ସିଂହ ସହିତ ରାହୁଲ ମଣିପୁର ରିଲିଫ୍ ଶିବିରକୁ ପରିଦର୍ଶନରେ ଯାଇଥିଲେ।

What's Your Reaction?

like

dislike

love

funny

angry

sad

wow