ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଗଡ଼ିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ

Sep 7, 2024 - 17:16
 0  4
ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଗଡ଼ିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ

ଆସନ୍ତା ୧୫ ତାରିଖରେ ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଗଡ଼ିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ମୋଦି ଏହି ଟ୍ରେନ ଚଳାଚଳକୁ ଲୋକାର୍ପଣ କରିବାର ରହିଛି କାର୍ଯ୍ୟକ୍ରମ। ଟ୍ରେନ ଚଳାଚଳ ନେଇ ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଶୁକ୍ରବାର ଏହି ୨ ମାର୍ଗ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍  ପହଞ୍ଚିଛି ଟାଟା ନଗରରେ। ଲୋକାର୍ପଣ ପୂର୍ବରୁ ଆସନ୍ତା ୮ ତାରିଖରେ ଏହି ୨ଟି ମାର୍ଗରେ କରାଯିବ ଟ୍ରାଏଲ୍ ରନ୍ । ଟାଟା ନଗରରୁ ବ୍ରହ୍ମପୁର ମଧ୍ୟରେ ଟ୍ରେନ୍ ଚଳାଚଳ କରିବାକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ୭ରୁ ୮ ଘଣ୍ଟା ମଧ୍ୟରେ ପ୍ରାୟ ୫୮୬ କିମି ମାର୍ଗ କରିବ ଅତିକ୍ରମ । ଟାଟା-ନଗରରୁ ଟ୍ରେନ୍ ବାହାରି ଚାଇଁବସା, ବାଂଶପାଣି, କେନ୍ଦୁଝରଗଡ଼,ହରିଚନ୍ଦନପୁର, ଜଖପୁରା, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଆଦି ୧୨ ଟି ରେଳ ଷ୍ଟେସନ୍ ଦେଇ ପହଞ୍ଚିବ ବ୍ରହ୍ମପୁରରେ । ଏହି ଟ୍ରେନ୍ ସପ୍ତାହକୁ ୬ ଦିନ କରିବ ଚଳାଚଳ । 

What's Your Reaction?

like

dislike

love

funny

angry

sad

wow