ଶୀତଦିନେ ତେଲର ଉପକାରିତା

Dec 3, 2024 - 12:08
 0  4
ଶୀତଦିନେ ତେଲର ଉପକାରିତା

ଶୀତଦିନେ ତ୍ୱଚାର ଶୁଖିଲାପଣରୁ ମୁକ୍ତି ପାଇବା ପାଇଁ କିଏ ମାର୍କେଟରେ ମିଳୁଥିବା ନାମୀଦାମୀ ମଶ୍ଚରାଇଜର କ୍ରିମ୍‌ ଆଣି ଲଗାନ୍ତି ତ କିଏ ବଡି ଲୋଶନର କରିଥାନ୍ତି ବ୍ୟବହାର। ହେଲେ ଜାଣନ୍ତି କି ଏମିତି କିଛି ତେଲ ରହିଛି; ଯାହାକୁ ଶୀତଦିନେ ତ୍ୱଚାରେ ଲଗାଇଲେ ତ୍ୱଚାର ଶୁଖିଲାପଣ ଦୂର ହେବା ସହିତ ଏହା ଚକ୍କଣ ବି ରହିଥାଏ। ଯଥା * ଶୀତଦିନେ ନଡ଼ିଆ ତେଲ ବେଷ୍ଟ ମଶ୍ଚରାଇଜର ଭାବେ କାମ କରିଥାଏ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗାଲ ଗୁଣ ପାଇଁ ଏହା ଶୀତଦିନେ ହେଉଥିବା ବିଭିନ୍ନ ପ୍ରକାର ତ୍ୱଚାଜନିତ ସମସ୍ୟାରୁ ସୁରକ୍ଷା ଦେଇଥାଏ। * ଶୀତଦିନେ ତ୍ୱଚାର ଖାସ୍‌ ଯତ୍ନ ନେବା ପାଇଁ ଅଲିଭ୍‌ ତେଲର ବ୍ୟବହାର ବି କରିପାରିବେ। କାରଣ ଏଥିରେ ଆଣ୍ଟି ଏଜିଙ୍ଗ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ୍‌ର ତତ୍ତ୍ୱ ଭରି ରହିଥିବାରୁ ଏହି ତେଲରେ ମସାଜ କଲେ ତ୍ୱଚା ନରମ ହେବା ସହ ସୁନ୍ଦର ଦିଶିଥାଏ। * ଭିଟାମିନ୍‌ ଏ, ବି ଓ ସି’ରେ ଭରା ବାଦାମ ତେଲକୁ ଶୀତଦିନେ ତ୍ୱଚାରେ ମାଲିସ୍‌ କଲେ ତ୍ୱଚାକୁ ଠିକ୍‌ ପୋଷଣ ମିଳିଥାଏ। ସନ୍‌ ଟ୍ୟାନ୍‌ ଓ ଡେଡ୍‌ ସ୍କିନ୍‌ ସମସ୍ୟାରୁ ବି ମୁକ୍ତି ମିଳିଥାଏ। * ସୂର୍ଯ୍ୟମୁଖୀ ତେଲରେ ବିଟା କାରୋଟିନ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଥିବାରୁ ଶୀତଦିନେ ଏହାକୁ ବ୍ୟବହାର କଲେ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକ୍ସନ୍‌, ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ। * ଶୀତଦିନେ ତ୍ୱଚାରେ ବ୍ଲଡ୍‌ ସର୍କୁଲେଶନ୍‌କୁ ଠିକ୍‌ ରଖିବାରେ ସୋରିଷ ତେଲର ମସାଜ ବେଶ୍‌ ସହାୟକ ହୋଇଥାଏ।

What's Your Reaction?

like

dislike

love

funny

angry

sad

wow