ପୁଣି ହର୍ମୁଜ ପ୍ରଣାଳୀ ଉପରେ କଟକଣା ଲଗାଇଲା ଇରାନ
ପୁଣି ହର୍ମୁଜ ପ୍ରଣାଳୀ ଉପରେ କଟକଣା ଲଗାଇଲା ଇରାନ। ଆମେରିକା ଯୁଦ୍ଧ ବିରାମ ସର୍ତ୍ତ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଇରାନ ହର୍ମୁଜକୁ ପୁଣିଥରେ କରି ଦେଇଛି ବନ୍ଦ ।ଇରାନ ହର୍ମୁଜ ଖୋଲି ଦେବା ପରେ ଆମେରିକା ପକ୍ଷରୁ ଆସିଥିଲା ପ୍ରତିକ୍ରିୟା । ହର୍ମୁଜ ଖୋଲିବାର ଅର୍ଥ ନୁହେଁ, ଯେ ଆମେ ଇରାନ ବନ୍ଦର ଉପରେ ହଟାଇ ଦେବୁ ପ୍ରତିରୋଧ । ବରରରେ ପ୍ରତିରୋଧ ହଟାଯିବ ନାହିଁ ବୋଲି ଆମେରିକା ମନା କରିଦେବା ପରେ ଶନିବାର ପୁଣିଥରେ ଏହି ଜଳପଥକୁ ବନ୍ଦ କରିଛି ଇରାନ । ବର୍ତ୍ତମାନ ଠାରୁ ଏହି ଜଳପଥ ସେନା ନିୟନ୍ତ୍ରଣରେ ଅଛି ବୋଲି ଇରାନ କହିଛି। ଯେପର୍ଯ୍ୟନ୍ତ ଆମେରିକାର ଇରାନ ବନ୍ଦର ଅବରୋଧ ପ୍ରଭାବୀ ରହିବ, ସେପର୍ଯ୍ୟନ୍ତ ଇରାନ ଏହି ପ୍ରଣାଳୀ ଦେଇ ପରିବହନକୁ ଅବରୋଧ କରିବ ବୋଲି ଦେଇଛି ଚେତାବନୀ ।
What's Your Reaction?