ପାକିସ୍ତାନକୁ ମିଳିଲା ସୁନା ଭଣ୍ଡାର

ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର।ରିପୋର୍ଟ ଅନୁଯାୟୀ, ପାକିସ୍ତାନ ପଞ୍ଜାବର ଅଟକ ଜିଲାରେ ଥିବା ସିନ୍ଧୁ ନଦୀରେ ମିଳିଛି ସୁନା ଭଣ୍ଡାର, ଯାହାର ମୂଲ୍ୟ ପ୍ରାୟ ୮୦,୦୦୦ କୋଟି ଟଙ୍କା ହେବ ବୋଲି କରାଯାଇଛି ଆକଳନ । ପାକିସ୍ତାନ ସରକାରଙ୍କ ଦ୍ୱାରା କରାଯାଉଥିବା ଏକ ସର୍ବେକ୍ଷଣରେ ସେଠାରେ ସୁନାର ଭଣ୍ଡାର ଥିବା ନେଇ ମିଳିଛି ସୂଚନା। ଏହି ଆବିଷ୍କାରକୁ ଅର୍ଥନୀତି ପାଇଁ ଏକ ଲାଇଫ ଲାଇନ ଭାବେ ବିଚାର କରୁଛି ପାକିସ୍ତାନ। ସୁନା ଭଣ୍ଡାରର ଖନନ ପ୍ରକ୍ରିୟା, ପାକିସ୍ତାନର ସରକାରୀ ଇଞ୍ଜିନିୟରିଂ ସେବା କମ୍ପାନୀ, ନ୍ୟାଶନାଲ ଇଞ୍ଜିନିୟରିଂ ସର୍ଭିସ ପାକିସ୍ଥାନ ଏବଂ ପଞ୍ଜାବର ମାଇନ୍ସ ଏବଂ ମିନେରାଲ୍ସ ବିଭାଗ ଦ୍ୱାରା ହେବ ପରିଚାଳିତ ।
What's Your Reaction?






