ଫ୍ରାନ୍ସ-ଆମେରିକା ମୁହାଁମୁହିଁ

Jan 20, 2026 - 17:56
 0  1
ଫ୍ରାନ୍ସ-ଆମେରିକା ମୁହାଁମୁହିଁ

ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି   ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଶାନ୍ତି ବୋର୍ଡ’ରେ ଯୋଗଦେବା ପାଇଁ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ଯୋଗୁଂ ଆମେରିକାର ରାଷ୍ଟ୍ରପତି ଏଭଳି ଶୁଳ୍କ ଲାଗୁ କରିବାକୁ ଦେଇଛନ୍ତି ଧମକ ।ଟ୍ରମ୍ପ ଫ୍ରାନ୍ସ ଉଦ୍ଦେଶ୍ୟରେ କହିଛନ୍ତି ଯେ, ମୁଁ ସେମାନଙ୍କ ମଦ ଓ ସାମ୍ପେନ ଉପରେ ଲଗାଇବି ୨୦୦ ପ୍ରତିଶତ ଶୁଳ୍କ । ଯଦି ସେମାନେ ଯୋଗଦେବେ। ମତେ ଆଉ ଏହା କରିବାକୁ ପଡ଼ିବ ନାହିଁ । ଏଭଳି କହି ମାକ୍ରୋନଙ୍କୁ ଗାଜା ବୋର୍ଡରେ ସାମିଲ ହେବାକୁ ବାଧ୍ୟ କରିଛନ୍ତି ଟ୍ରମ୍ପ ।ଅନ୍ୟପଟେ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ପରେ ଫ୍ରାନ୍ସ ପକ୍ଷରୁ ଆସିଛି କଡ଼ା ପ୍ରତିକ୍ରିୟା । ଫ୍ରାନ୍ସ ବିଦେଶ ନୀତୀକୁ ପ୍ରଭାବିତ କରିବା ଲକ୍ଷ୍ୟରେ ଯେଉଁ ଶୁଳ୍କ ଧମକ ଦିଆଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ ଓ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛି ଫ୍ରାନ୍ସ ।

What's Your Reaction?

like

dislike

love

funny

angry

sad

wow