ଓଡିଶାରେ ଶୀତ ନସରୁଣୁ ଡରାଇଲାଣି ଖରା
ଓଡିଶାରେ ଶୀତ ନସରୁଣୁ ଡରାଇଲାଣି ଖରା। ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଥିବାବେଳେ ବୃଦ୍ଧି ପାଇଛି ଦିନ ତାପମାତ୍ରା। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ବଢ଼ିଛି ଦିନ ତାପମାତ୍ରା । ଏବେ ରାତି ତାପମାତ୍ରା ବଢ଼ିବନି, କିନ୍ତୁ, ଖରା ଏଭଳି ରହିବ ।ଆଗକୁ ଦୁଇଟି ପଶ୍ଚିମା ଝଡ଼ ପ୍ରଭାବ ଯୋଗୁ ଉତ୍ତର ଆଭ୍ୟନ୍ତରୀଣରେ ସାମାନ୍ୟ କୁଆପଥର ସହ ହୋଇପାରେ ବର୍ଷା ।
What's Your Reaction?