ରାଜ୍ୟରେ ଆହୁରି ୫ଦିନ ରହିବ କୁହୁଡି

Feb 2, 2026 - 15:19
 0  1
ରାଜ୍ୟରେ ଆହୁରି ୫ଦିନ ରହିବ କୁହୁଡି

ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇଥିବାରୁ କମିଛି ଶୀତ ପ୍ରକୋପ। କିନ୍ତୁ ଅତ୍ୟଧିକ କୁହୁଡି ପାଇଁ ପ୍ରଭାବିତ ହେଉଛି ଜନଜୀବନ। ସୋମବାର ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ ପୁରୀରେ ଘନ କୁହୁଡି ହେବା ନେଇ ଜାରି ହୋଇଛି ହଳଦିଆ ସତର୍କତା। ସେହିପରି କଟକ, ନୟାଗଡ଼, ବାଲେଶ୍ୱର ଆଦି ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ବୋଲି ମିଳିଛି ସୂଚନା । ରାଜ୍ୟରେ ଆହୁରି ୫ଦିନ ଅର୍ଥାତ୍‌ ୬ ତାରିଖ ପର୍ଯ୍ୟନ୍ତ ଏଭଳି କୁହୁଡି ଦେଖାଦେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

What's Your Reaction?

like

dislike

love

funny

angry

sad

wow