ଆଗକୁ ଅସମ୍ଭାଳ ହେବ ଖରା

Apr 19, 2026 - 12:53
 0  4
ଆଗକୁ  ଅସମ୍ଭାଳ ହେବ ଖରା

ଗତକାଲି ୧୫ ସହରରେ ୪୦ ଡିଗ୍ରୀ ଛୁଇଁଥିଲା ତାତି ।  ଆଗକୁ ଆହୁରି ଅସମ୍ଭାଳ ହେବ ଏହି ସ୍ଥିତି । ସବୁଠୁ ଅଧିକ ସିଝିବ ପଶ୍ଚିମ ଓଡ଼ିଶା I ଏଠାରେ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ପଶ୍ଚିମ ତୁଳନାରେ ଉପକୂଳ ଓଡ଼ିଶାରେ ତାତି କମିଲେ ୬ ଆର୍ଦ୍ରତା ଅଧିକ ରହିବ। ପ୍ରାୟ ୭୦% ଆର୍ଦ୍ରତା ରହିବା ଯୋଗୁ ୪୭ରୁ ୪୮ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇପାରେ ବୋଲି  ପୂର୍ବାନୁମାନ କରିଛନ୍ତି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ।

What's Your Reaction?

like

dislike

love

funny

angry

sad

wow