ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ମଣିଷ ଅପେକ୍ଷା ଅଛନ୍ତି ଅଧିକ ଘୋଡା

ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ମଣିଷ ଅପେକ୍ଷା ଅଛନ୍ତି ଅଧିକ ଘୋଡା। ଆଶ୍ଚର୍ଯ୍ୟକର ହେଲେ ମଧ୍ୟ ଏହା ସତ । ବାସ୍ତବରେ ମଙ୍ଗୋଲିଆ ହେଉଛି ଏମିତି ଏକ ଦେଶ ଯେଉଁଠାରେ ମଣିଷ ଅପେକ୍ଷା ଘୋଡାଙ୍କ ସଂଖ୍ୟା ଅଧିକ | କେବଳ ଏତିକି ନୁହେଁ, ଘୋଡାମାନେ ମଙ୍ଗୋଲିଆରେ ସଂସ୍କୃତି ଏବଂ ଇତିହାସର ଏକ ଅଂଶ | ମଙ୍ଗୋଲିଆର ଜନସଂଖ୍ୟା ପ୍ରାୟ ୩୪ ଲକ୍ଷ | କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏଠାରେ ୪୦ ଲକ୍ଷରୁ ଅଧିକ ଘୋଡା ଅଛନ୍ତି, ଏହି ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଅତି କମରେ ଗୋଟିଏ ଘୋଡା ଅଛି |ପ୍ରାଚୀନ କାଳରେ, ମଙ୍ଗୋଲିଆର ଅଧିକାଂଶ ଲୋକମାନେ ସେମାନେ ସାରାଜୀବନ ଘୋଡା ଉପରେ ନିର୍ଭର କରୁଥିଲେ | ମଙ୍ଗୋଲିଆ ଲୋକଙ୍କ ମତରେ, ଘୋଡା ବିନା ଜୀବନ ଅସମ୍ପୂର୍ଣ୍ଣ | ସେହିପରି ମଙ୍ଗୋଲିଆରେ ପ୍ରତିବର୍ଷ ପାଳନ କରାଯାଏ “ନାଦାମ୍ ପର୍ବ”| ଏହି ପର୍ବ ତିନୋଟି ବଡ ଖେଳ - ଘୋଡା ଦୌଡ଼, କୁସ୍ତି ଏବଂ ତୀରନ୍ଦାଜ ପାଇଁ ଜଣାଶୁଣା |ଏହି ଉତ୍ସବରେ ୧୨ ବର୍ଷ ବୟସର ପିଲାମାନେ ଅଂଶଗ୍ରହଣ କରନ୍ତି ଘୋଡା ଦୌଡ଼ରେ | ମଙ୍ଗୋଲିଆ ଲୋକମାନେ ବିଶ୍ୱାସ କରନ୍ତି ଯେ ଘୋଡା ଦୌଡ଼ କେବଳ ଶକ୍ତିର ଖେଳ ନୁହେଁ, ଧୈର୍ଯ୍ୟ ଏବଂ ରଣନୀତିର ଖେଳ | ଏହି କାରଣରୁ ଏଠାରେ ଥିବା ଘୋଡାମାନେ ପିଲାଦିନରୁ ଗ୍ରହଣ କରନ୍ତି ସ୍ୱତନ୍ତ୍ର ତାଲିମ | ମଙ୍ଗୋଲିଆ ଘୋଡା ଦୁନିଆର ବାକି ଘୋଡାଠାରୁ ସମ୍ପୂର୍ଣ୍ଣ ଭିନ୍ନ | ବାସ୍ତବରେ, ସେମାନଙ୍କର ଉଚ୍ଚତା କମ, କିନ୍ତୁ ସେମାନେ ବହୁତ ଶକ୍ତିଶାଳୀ, ସହନଶୀଳ ଏବଂ ବୁଦ୍ଧିମାନ |
What's Your Reaction?






