ଭୂମିରେ ଫୁଟୁଥିବା ବିଚିତ୍ର ପଦ୍ମ!

ଭୂମିରେ ଫୁଟୁଥିବା ବିଚିତ୍ର ପଦ୍ମ!

ପ୍ରକୃତିର କୋଳରେ ଦେଖିବାକୁ ମିଳିଥାନ୍ତି ଅନେକ ଚମତ୍କାରୀ ଉଦ୍ଭିଦ । ତନ୍ମଧ୍ୟରୁ ଏକ ନିଆରା ଉଦ୍ଭିଦ ହେଉଛି ହିବିସ୍ସ୍କସ୍ ମୁଟାବିଲିସ୍ ଯାହାକୁ ଭୂମିପଦ୍ମ ବୋଲି ମଧ୍ୟ କୁହାଯାଇ ଥାଏ । ସାଧାରଣତଃ ପଦ୍ମ ଫୁଲ  ଫୁଟିଥାଏ ପାଣିରେ, କିନ୍ତୁ ଏହି ବିଶେଷ ପ୍ରକାରର ପଦ୍ମ ଫୁଲ ଗଛ ବଢ଼ିଥାଏ ମାଟିରେ। ଏହି ଉଦ୍ଭିଦର ରହିଛି ଏକ ଅନନ୍ୟ ବୈଶିଷ୍ଟ୍ୟ । ଏହାର ଫୁଲ ଦୈନିକ ରଙ୍ଗ ବଦଳାଇଥାଏ ୩ ଥର  । ସକାଳେ ଧଳା, ଅପରାହ୍ନରେ ଗୋଲାପୀ ଏବଂ ସନ୍ଧ୍ୟାରେ ଗାଢ଼ ଲାଲ ରଙ୍ଗ ହୋଇଯାଇଥାଏ ଫୁଲ । ଏହି ଚମତ୍କାର ରଙ୍ଗ ପରିବର୍ତ୍ତନ ବୈଶିଷ୍ଟ୍ୟ ହେତୁ, ଭାରତରେ ମଧ୍ୟ ଖୁବ ଲୋକପ୍ରିୟ ହେବାରେ ଲାଗିଛି ଏହି ଫୁଲ ଗଛ ।  ଏହାକୁ ଅନଲାଇନ୍ କିମ୍ବା ସ୍ଥାନୀୟ ନର୍ସରୀରୁ  ବହୁଳ ଭାବରେ ବରାଦ କରି ନିଜ ବଗିଚାରେ ଲଗାଇବାକୁ ଆରମ୍ଭ କରିଛନ୍ତି  ଫୁଲପ୍ରେମୀ ଲୋକମାନେ। ହିବିସସ୍କସ୍ ମୁଟାବିଲିସ୍ ପ୍ରଜାତି ଉଦ୍ଭିଦର ଫୁଲଗୁଡ଼ିକ ସକାଳେ ଧଳା ରଙ୍ଗର ହୋଇଯାଏ, ଯାହା ଶାନ୍ତି ଏବଂ ଶୁଦ୍ଧତାର ପ୍ରତୀକ ଅଟେ; ମଧ୍ୟାହ୍ନ ସୁଦ୍ଧା ଗୋଲାପୀ ହୋଇଯାଇଥାଏ ଫୁଲର ରଙ୍ଗ   ଯାହା ପ୍ରେମ ଏବଂ କୋମଳତାକୁ କରିଥାଏ ପ୍ରତିପାଦିତ । ସନ୍ଧ୍ୟା ପାଖେଇ ଆସିବା ପରେ ଏହି ଫୁଲର ରଙ୍ଗ ହୋଇଯାଏ ଗଭୀର ଲାଲ୍  ଯାହା ଶକ୍ତିର ପ୍ରତୀକ। ତେଣୁ  ଏହି ଫୁଲ ଗଛକୁ ନିଜ ବଗିଚାରେ ଲଗାଇବାକୁ ମନ ବଳାଉଛନ୍ତି ଅଧିକରୁ ଅଧିକ ଲୋକେ।