ପୁଣି ବିଦେଶୀ ଜାହାଜକୁ ଗିରଫ ନିର୍ଦ୍ଦେଶ

Aug 16, 2024 - 13:45
 0  8
ପୁଣି ବିଦେଶୀ ଜାହାଜକୁ ଗିରଫ ନିର୍ଦ୍ଦେଶ

 ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚନ୍ୟାଳୟ। ଏଥିପାଇଁ କୁଜଙ୍ଗ ସବ୍‌ଜଜ୍‌ଙ୍କୁ ମାର୍ଶାଲ ରୂପେ କରାଯାଇଛି ନିଯୁକ୍ତ। ଉଚ୍ଚନ୍ୟାଳୟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜକୁ ଛଡ଼ା ନଯିବାକୁ ଦିଆଯାଇଛି ନିର୍ଦ୍ଦେଶ ।ଏମ୍‌ଭି ଓ୍ବାଡି ଆଲ୍‌ବୋଷ୍ଟନ ନାମକ ଏହି ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ୫୫ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର ବହନ କରି ଚାଇନା ଅଭିମୁଖେ କରିଥାନ୍ତା ଯାତ୍ରା। ମାତ୍ର ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଦାବି କରି  ଜାହାଜ ମାଲିକଙ୍କ ନାଁରେ ମାମଲା ନେଇ ଉଚ୍ଚନ୍ୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲା ଜର୍ମାନୀର ଏକ କମ୍ପାନୀ। ଲୋ ସଲଫର ମେରାଇନ ଗ୍ୟାସ ଅଏଲ ପରିବହନକୁ ନେଇ ଆବେଦନକାରୀ କମ୍ପାନୀ ଏବଂ ଜାହାଜ ମଧ୍ୟରେ ବିବାଦ ଉପୁଜିବା ପରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି।, ୧୫ ଦିନ ତଳେ ଚାଇନାର ଆଉ ଏକ ଜାହାଜକୁ ମଧ୍ୟ କରାଯାଇଥିଲା ଗିରଫ।

What's Your Reaction?

like

dislike

love

funny

angry

sad

wow