ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

Mar 8, 2025 - 12:39
Mar 8, 2025 - 12:48
 0  2
ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ବର୍ଷବର୍ଷ ଧରି ଏହି ଦିନଟିକୁ ସଭିଏଁ ପାଳନ କରି ଆସୁଥିଲେ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ଉପରେ ଅନେକ କିଛି କଥା ଆମକୁ ଆଜିବି ଅଜଣା। ବାସ୍ତବରେ ଏକ ଶ୍ରମିକ ଆନ୍ଦୋଳନରୁ ସୃଷ୍ଟି ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହା ପ୍ରଥମେ ଆରମ୍ଭ ହୋଇଥିଲା ୧୯୦୮ ମସିହାରେ। ଯେତେବେଳେ ନ୍ୟୁୟର୍କ ସହରରେ ୧୫ ହଜାର ମହିଳା ମାର୍ଚ୍ଚ ମାସରେ ଆନ୍ଦୋଳନ କରି ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ କମ ସମୟ, ଭଲ ପାରିଶ୍ରମିକ ଦିଆଯାଉ ବୋଲି ଦାବି କଲେ। ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏଣୁ ଆନ୍ଦୋଳନର ଏକ ବର୍ଷ ପରେ ଆମେରିକାର ସମାଜବାଦୀ ପାର୍ଟି ଏହି ଦିନଟିକୁ ପ୍ରଥମ ଜାତୀୟ ମହିଳା ଦିବସ ଭାବରେ କରିଥିଲା ଘୋଷଣା। ଏପରି ଚିନ୍ତାଧାରା ଜଣେ ମହିଳାଙ୍କର ହିଁ ଥିଲା। ୧୯୧୦ ମସିହାରେ କପିଳେନ୍ଦ୍ରରେ କାର୍ଯ୍ୟରତ ମହିଳାମାନଙ୍କର ଚାଲିଥିଲା ଏକ ଅନ୍ତର୍ଜାତୀୟ ସମ୍ମିଳନୀ। ଏହି ସମୟରେ କ୍ଲାରା ଜେଟ୍‌କିନ ନାମ୍ନୀ ମହିଳା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ଦେଇଥିଲେ ପରାମର୍ଶ। ସେହି ସମୟରେ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ ୧୭ଟି ଦେଶର ୧୦୦ ମହିଳା।  ଏହା ପରେ ୧୯୧୧ ମସିହାରେ ଅଷ୍ଟ୍ରିଆ, ଡେନ୍‌ମାର୍କ, ଜର୍ମାନୀ ଏବଂ ସ୍ବିଜରଲାଣ୍ଡରେ ପାଳନ କରାଯାଇଥିଲା ଅନ୍ତର୍ଜାତୀୟ ମହିଳା ଦିବସ। ମାତ୍ର ୧୯୭୫ରେ ଏହା ଆନୁଷ୍ଠାନିକ ମାନ୍ୟତା ପାଇଲା। ଅନେକ ଦେଶରେ ଏହି ଦିନଟିକୁ ଜାତୀୟ ଛୁଟି ଘୋଷଣା କରାଯାଏ। ରୁଷ ଏବଂ ଅନ୍ୟାନ୍ୟ ଦେଶରେ ଏହି ଦିନ ଫୁଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହି ସମୟରେ ମହିଳା ଏବଂ ପୁରୁଷ ପରସ୍ପରକୁ ଫୁଲ ଦିଅନ୍ତି। ଚାଇନାର ଅଧିକାଂଶ କାର୍ଯ୍ୟାଳୟରେ ମହିଳାମାନଙ୍କୁ ଅଧାଦିନ ଛୁଟି ଦିଆଯାଏ। ଯୁକ୍ତରାଷ୍ଟ୍ରରେ ମାର୍ଚ୍ଚ ମାସକୁ ମହିଳା ଇତିହାସ ମହୋତ୍ସବ ଭାବରେ ପାଳନ କରାଯାଏ ।

What's Your Reaction?

like

dislike

love

funny

angry

sad

wow