ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ଓ ରାଇରଙ୍ଗପୁରରେ ଦୁଇଟି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ମିଳିଛି ସୂଚନା।ଓଡ଼ିଶା ପୁଲିସର ପ୍ରସ୍ତାବିତ ରାଇରଙ୍ଗପୁର ପୋଲିସ ଜିଲ୍ଲାକୁ ଶୁଭାରମ୍ଭ କରିବା ସହିତ ଏସ୍ପିଙ୍କ କାର୍ଯ୍ୟାଳୟକୁ ମଧ୍ଯ କରିବେ ଉଦ୍ଘାଟନ । ସେହିପରି ଓଡ଼ିଶା ପୁଲିସକୁ ନୂତନ ଭାବେ ମିଳିଥିବା ‘ରାଷ୍ଟ୍ରପତି ପୋଲିସ କଲର ସମ୍ମାନ’କୁ ରାଷ୍ଟ୍ରପତି ପ୍ରଦାନ କରିବାର ରହିଛି କାର୍ଯ୍ୟକ୍ରମ ।
What's Your Reaction?