ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ଆରମ୍ଭ
ଚଳିତ ରଥୟାତ୍ରା ସମୟରେ ପୁରୀ ଶ୍ରୀକ୍ଷେତ୍ରରେ ଆଡ଼ପମଣ୍ଡପ ବିଜେ ଗୋଟି ପହଣ୍ଡିବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ଖସି ପଡ଼ିବା ଘଟଣାର ଆରମ୍ଭ ହୋଇଛି ତଦନ୍ତ।ମହାପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାଶ ମହାପାତ୍ରଙ୍କ ପୁଅ ଅନାଥ ହଳଧର ଦାଶ ମହାପାତ୍ରଙ୍କୁ ଡାକି ପଚରାଉଚରା କରିଛି ତିନିଜଣିଆ କମିଟି।ଏଥିସହ ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ବରିଷ୍ଠ ଦଇତାପତି ସେବକ ମାନଙ୍କୁ ମଧ୍ୟ କରାଯାଇଛି ପଚରାଉଚରା। ଭିଡିଓ ଦେଖି ତଦନ୍ତ କରୁଛନ୍ତି ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି ଡିଏସପି।ଚଳିତ ରଥଯାତ୍ରା ବେଳେ ଆଡ଼ପ ମଣ୍ଡପକୁ ନିଆଯାଉଥିବା ବେଳେ ପହଣ୍ଡି ସମୟରେ ମୁହଁମାଡ଼ି ତଳେ ପଡ଼ି ଯାଇଥିଲେ ବଳଭଦ୍ର। ପୂର୍ବରୁ ଘଟିନଥିଲା ଏପରି ଅଘଟଣ। ତେଣୁ ଏତେ ବଡ଼ ଅଘଟଣ କିପରି ହେଲା, ଏଥିପାଇଁ ଦାୟୀ କିଏ, କାହା ଅବହେଳାରୁ ଏପରି ହୋଇଥିଲା, ସେସବୁର ଉତ୍ତର ଖୋଜୁଛି କମିଟି।
What's Your Reaction?