କ୍ରୁପାଜଲ୍ ଇଞ୍ଜିନିୟରିଂ କଲେଜରେ ୫-ଦିନିଆ 'IDE ବୁଟ୍ କ୍ୟାମ୍ପ' ଅନୁଷ୍ଠିତ

Apr 11, 2026 - 10:49
କ୍ରୁପାଜଲ୍ ଇଞ୍ଜିନିୟରିଂ କଲେଜରେ ୫-ଦିନିଆ 'IDE ବୁଟ୍ କ୍ୟାମ୍ପ' ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ କ୍ରୁପାଜଲ୍ ଇଞ୍ଜିନିୟରିଂ କଲେଜରେ ୫-ଦିନିଆ ‘ଇନୋଭେସନ, ଡିଜାଇନ ଏବଂ ଏଣ୍ଟରପ୍ରିନରସିପ୍’ (IDE) ବୁଟ୍ କ୍ୟାମ୍ପ ସଫଳତାର ସହ ଉଦଯାପିତ ହୋଇଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଓ AICTE ଦ୍ୱାରା ପ୍ରୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଯୋଗଦେଇ ଗ୍ରହଣ କରିଥିଲେ ନୂତନ ବିଚାର, ଡିଜାଇନିଂ ଏବଂ ଷ୍ଟାର୍ଟଅପ୍ ପାଣ୍ଠି ଗଠନ ସମ୍ପର୍କରେ ପ୍ରଶିକ୍ଷଣ ।

​ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଭବାନୀ ଚରଣ ରଥ ନିଜର ୩୦ ବର୍ଷର ଉଦ୍ୟୋଗୀ ଅଭିଜ୍ଞତା ବାଣ୍ଟିବା ସହ ‘ଆତ୍ମନିର୍ଭର ଭାରତ’ ଗଠନରେ ଯୁବପିଢ଼ିଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସଂକଳ୍ପକୁ ଦୋହରାଇଥିଲେ ନିର୍ଦ୍ଦେଶକ ଡଃ ବିଭୂତି ଭୂଷଣ ରଥ ଓ ଡଃ ଶ୍ୱେତା ଖଣ୍ଡେଲୱାଲ ।

​ଏହି ଅବସରରେ AICTE ମୁଖ୍ୟ ନିତିନ ନବୀନ ଏବଂ ୱାଧୱାନୀ ଫାଉଣ୍ଡେସନର ପ୍ରତିନିଧିଙ୍କୁ କରାଯାଇଥିଲା ସମ୍ମାନିତ । ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ଉପାଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ରଥ। କଲେଜ ଅଧ୍ୟକ୍ଷ ଡଃ ଶୁଭେନ୍ଦୁ କୁମାର ପାଣିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ଅରବିନ୍ଦ ନନ୍ଦ ।

What's Your Reaction?

like

dislike

love

funny

angry

sad

wow