ଆଜି ହେଉଛି ହିନ୍ଦୁ ଧାର୍ମିକ ପରମ୍ପରାର ଏକ ବଡ଼ ପର୍ବ ମହାବିଷୁବ ବା ପଣା ସଂକ୍ରାନ୍ତି
ଆଜି ହେଉଛି ହିନ୍ଦୁ ଧାର୍ମିକ ପରମ୍ପରାର ଏକ ବଡ଼ ପର୍ବ ମହାବିଷୁବ ବା ପଣା ସଂକ୍ରାନ୍ତି।ଓଡ଼ିଆ ପଞ୍ଜିକାର ଗଣନା ଅନୁଯାୟୀ ଆଜି ହେଉଛି ବର୍ଷର ପ୍ରଥମ ଦିନ। ଆଜି ମେଷ ରାଶିରେ ରବି ଅବସ୍ଥାନ କରୁଥିବାରୁ ଏହାକୁ ମେଷ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଓଡ଼ିଶାରେ ଏହା ପଣା ସଂକ୍ରାନ୍ତି ଭାବେ ଲୋକପ୍ରିୟ।ଏହି ଅବସରରେ ଆଜି ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ହେଉଛି ପଣା ଭୋଗ। ସେହିପରି ଆଜି ମହାବୀରଙ୍କ ଜୟନ୍ତୀ। ଏଥିପାଇଁ ସବୁ ହନୁମାନ ମନ୍ଦିରରେ ଚାଲିଛି ବଜରଙ୍ଗବାଲିଙ୍କ ପୂଜାର୍ଚ୍ଚନା।
What's Your Reaction?