୬ରୁ ପୁଣି ବଢ଼ିବ ବର୍ଷା

Aug 4, 2024 - 12:25
 0  2
୬ରୁ ପୁଣି ବଢ଼ିବ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ ରହିଛି କେନ୍ଦ୍ରୀଭୂତ । ତେବେ ସମ୍ପୂର୍ଣ୍ଣ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬ କି.ମି. ଉଚ୍ଚତା ଯାଏ ଲମ୍ବିଛି, ଯାହା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ହେବ ପରିଣତ । ଏବେ ଓଡିଶାରେ ବର୍ଷା କମିଥିବାବେଳେ ସୋମବାର ପର୍ଯ୍ୟନ୍ତ ଲାଗି ରହିବ  ଏହି ସ୍ଥିତି। ତେବେ ଲଘୁଚାପ ପ୍ରଭାବରେ ଆସନ୍ତା ୬ ତାରିଖରୁ ବଢ଼ିବ ବର୍ଷା ପରିମାଣ। ବିଶେଷକରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ କେନ୍ଦୁଝର, ସୁନ୍ଦରଗଡ, ଦେବଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼କୁ ଜାରି କରାଯାଇଛି ହଳଦିଆ ସତର୍କତା । 

What's Your Reaction?

like

dislike

love

funny

angry

sad

wow