କ୍ୟାପିଟାଲ ହସ୍ପିଟାଲରୁ ଉଠୁନି ଅଳିଆ

କ୍ୟାପିଟାଲ ହାସପାତାଳରେ ସଫେଇ କର୍ମଚାରୀଙ୍କ ଧାରଣା।ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହାସପାତାଳ ପରିବେଶ। ଦରମା ବୃଦ୍ଧି , ଦଶହରା ବୋନୋସ ଦାବିରେ ଧାରଣାରେ ବସିଛନ୍ତି ୩ଶହ ସଫେଇ କର୍ମଚାରୀ।କାଜୁଆଲଟିରୁ ଅନ୍ୟ ଜରୁରୀକାଳୀନ ବିଭାଗ ସବୁଠି ପଡ଼ି ରହିଛି ଅଳିଆ ଆବର୍ଜନା। ଗତକାଲି ଠାରୁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ଦୁର୍ଗନ୍ଧରେ ଫାଟୁଛି ହାସପାତାଳ ଭିତର ପରିସର। ସେପଟେ ହନ୍ତସନ୍ତ ହେଉଛନ୍ତି ରୋଗୀ।
What's Your Reaction?






