ତିରୁପତି ଲଡୁରେ ଗୋଚର୍ବି ପରେ ଏବେ ସିଗାରେଟ, ତେଜୁଛି ଅସନ୍ତୋଷ

Sep 24, 2024 - 14:13
 0  2
ତିରୁପତି ଲଡୁରେ ଗୋଚର୍ବି ପରେ ଏବେ ସିଗାରେଟ, ତେଜୁଛି ଅସନ୍ତୋଷ

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ଲଡୁରେ ପଶୁ ଚର୍ବି ଏବଂ ମାଛ ତେଲ ମିଶୁଥିବା ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଆଉ ଏକ ସାଙ୍ଘାତିକ ଅଭିଯୋଗ  ଆଣିଛନ୍ତି ଜଣେ ଭକ୍ତ। ଯାହା ସମଗ୍ର ଦେଶର ଭକ୍ତଙ୍କ ମନରେ ଖେଳାଇଦେଇଛି ଅସନ୍ତୋଷ। ଲଡୁ ଭିତରୁ ସିଗାରେଟ ଖଣ୍ଡ ବାହାରିଛି ବୋଲି କହିଛନ୍ତି ତେଲଙ୍ଗାନା ଖମାମ ଜିଲ୍ଲାର ଡି. ପଦ୍ମାବତୀ ନାମକ ଜଣେ ମହିଳା। ସେପ୍ଟେମ୍ବର ୧୯ ତାରିଖରେ ସେ ତିରୁପତି ତିରୁମାଲା ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏଠାରେ ପ୍ରସାଦ ରୂପେ ଦିଆଯାଉଥିବା ପବିତ୍ର ଲଡୁକୁ ସେ ନିଜ ପରିବାର ଓ ପଡୋଶୀ ସହ ବାଣ୍ଟିବା ପାଇଁ ଆଣିଥିଲେ। ତେବେ ଘରକୁ ଆଣି ବାଣ୍ଟିବା ପାଇଁ ଲଡ଼ୁ ଖୋଲିବା ପରେ ଏଥିରେ କାଗଜରେ ଗୁଡା ହୋଇଥିବା ତମାଖୁ ଖଣ୍ଡ ଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ମୁହଁ ଖୋଲିଛି ଖାଉଟି ବ୍ୟାପାର ମନ୍ତ୍ରଣାଳୟ। ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ ନିଧି ଖାଡେ। 

What's Your Reaction?

like

dislike

love

funny

angry

sad

wow