‘ନିଜ ପିଲାଙ୍କୁ ଖୁଆଅ ପାନମସଲା!’ ସେଲିବ୍ରିଟିଙ୍କୁ ତୁକାରାମ ମୁଣ୍ଡେଙ୍କ ଖୋଲା ଚ୍ୟାଲେଞ୍ଜ

Oct 1, 2026 - 15:44
‘ନିଜ ପିଲାଙ୍କୁ ଖୁଆଅ ପାନମସଲା!’ ସେଲିବ୍ରିଟିଙ୍କୁ ତୁକାରାମ ମୁଣ୍ଡେଙ୍କ ଖୋଲା ଚ୍ୟାଲେଞ୍ଜ

ପାନମସଲା ଓ ଗୁଟଖା ବିଜ୍ଞାପନକୁ ନେଇ ବଲିଉଡ୍ ସେଲିବ୍ରିଟିଙ୍କ ଉପରେ ବର୍ଷିଛନ୍ତି ମହାରାଷ୍ଟ୍ର ଏଫଡିଏ କମିଶନର ତୁକାରାମ ମୁଣ୍ଡେ। ପାନମସଲା ବିଜ୍ଞାପନ କରୁଥିବା ସେଲିବ୍ରିଟିଙ୍କୁ ସେ କହିଛନ୍ତି ଯଦି ଏହି ଉତ୍ପାଦ ଏତେ ଭଲ, ତେବେ ପ୍ରଥମେ ନିଜେ ବ୍ୟବହାର କରନ୍ତୁ ଏବଂ ନିଜ ପିଲାମାନଙ୍କୁ ମଧ୍ୟ ଏହା ଖୁଆନ୍ତୁ । 

ପାନମସଲା ଓ ଗୁଟଖା ବିଜ୍ଞାପନକୁ ନେଇ ବଲିଉଡ୍ ସେଲିବ୍ରିଟିଙ୍କ ଉପରେ ବର୍ଷିଛନ୍ତି ମହାରାଷ୍ଟ୍ର ଏଫଡିଏ କମିଶନର ତୁକାରାମ ମୁଣ୍ଡେ। ପାନମସଲା ବିଜ୍ଞାପନ କରୁଥିବା ସେଲିବ୍ରିଟିଙ୍କୁ ସେ କହିଛନ୍ତି ଯଦି ଏହି ଉତ୍ପାଦ ଏତେ ଭଲ, ତେବେ ପ୍ରଥମେ ନିଜେ ବ୍ୟବହାର କରନ୍ତୁ ଏବଂ ନିଜ ପିଲାମାନଙ୍କୁ ମଧ୍ୟ ଏହା ଖୁଆନ୍ତୁ । ଏକ ସାମ୍ବାଦିକୀୟ କାର୍ଯ୍ୟକ୍ରମରେ ମୁଣ୍ଡେ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନରେ ଦୁଇଟି ଭିନ୍ନ ମାନଦଣ୍ଡ ରହିପାରିବ ନାହିଁ। ଯଦି କୌଣସି ସେଲିବ୍ରିଟି ଏକ ଉତ୍ପାଦକୁ ସାଧାରଣ ଲୋକଙ୍କ ଆଗରେ ପ୍ରଚାର କରୁଛନ୍ତି, ତେବେ ସେହି ପ୍ରଚାରର ସାମାଜିକ ଦାୟିତ୍ୱ ମଧ୍ୟ ରହିଛି ବୋଲି ସେ ମତ ଦେଇଛନ୍ତି ।

ଏହି ବୟାନ ଆସିଛି ଭିମଲ ଇଲାଚି ବିଜ୍ଞାପନକୁ ନେଇ ମହାରାଷ୍ଟ୍ର ଏଫଡିଏର କାର୍ଯ୍ୟାନୁଷ୍ଠାନ ମଧ୍ୟରେ । ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କୁ ମହାରାଷ୍ଟ୍ର ଏଫଡିଏ ଅଗଷ୍ଟ ୧୧ ତାରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଏଫଡିଏର ଅଭିଯୋଗ ଥିଲା ଯେ, ଭିମଲ ଇଲାଚିର ବିଜ୍ଞାପନ ଭିମଲ ପାନମସଲାର ପରୋକ୍ଷ ବା ସରୋଗେଟ୍ ପ୍ରଚାର କରୁଥିବା ପରି ଦେଖାଯାଉଛି । ଏଫଡିଏ ଏହି ତିନି ଅଭିନେତାଙ୍କୁ ୧୫ ଦିନ ମଧ୍ୟରେ ଲିଖିତ ଜବାବ ଦେବା ସହ ବିଜ୍ଞାପନ ସମ୍ପର୍କିତ ଦସ୍ତାବିଜ ଦାଖଲ କରିବାକୁ କହିଥିଲା । ନୋଟିସରେ ବିଜ୍ଞାପନ ବନ୍ଦ କରିବା ଏବଂ ସୋସିଆଲ ମିଡିଆରୁ ପ୍ରଚାର ସାମଗ୍ରୀ ହଟାଇବାକୁ ମଧ୍ୟ କୁହାଯାଇଥିଲା ।

ତେବେ ଏବେ ମାମଲାରେ ନୂଆ ଅପଡେଟ୍ ଆସିଛି । ମହାରାଷ୍ଟ୍ର ଏଫଡିଏ କମିଶନର ତୁକାରାମ ମୁଣ୍ଡେ କହିଛନ୍ତି ଯେ, ଶାହରୁଖ ଖାନ, ଅଜୟ ଦେବଗନ ଓ ଟାଇଗର ଶ୍ରଫ୍ ତିନିଜଣେ ନୋଟିସର ଜବାବ ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣ ଶୁଣାଣି ପାଇଁ ଅନୁରୋଧ କରିଥିଲେ ଏବଂ ସେହି ଶୁଣାଣି ମଧ୍ୟ ଶେଷ ହୋଇଛି । ଏବେ ଏଫଡିଏ ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ାଉଛି। ଏଠାରେ ଧ୍ୟାନ ଦେବା କଥା ହେଉଛି, ଏଫଡିଏର ଅଭିଯୋଗ ହେଉଛି ଭିମଲ ଇଲାଚି ବିଜ୍ଞାପନ ମାଧ୍ୟମରେ ନିଷିଦ୍ଧ ପାନମସଲା ବ୍ରାଣ୍ଡର ପରୋକ୍ଷ ପ୍ରଚାର ହେଉଛି। ଏହା ଏକ ନିୟାମକୀୟ ଅଭିଯୋଗ; ଅଭିନେତାମାନେ ଏହି ଅଭିଯୋଗକୁ କିପରି ଉତ୍ତର ଦେଇଛନ୍ତି, ସେଥିରେ ଅନ୍ତିମ ନିଷ୍ପତ୍ତି ଏଫଡିଏର ପରବର୍ତ୍ତୀ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ । ସେପଟେ, ତୁକାରାମ ମୁଣ୍ଡେ ସ୍ପଷ୍ଟ କରିଛନ୍ତି ଯେ କେବଳ ସେଲିବ୍ରିଟି ହୋଇଥିବାରୁ କେହି ନିୟମର ଊର୍ଦ୍ଧ୍ୱରେ ନୁହନ୍ତି । ତାଙ୍କ ମତରେ, କୌଣସି ଉତ୍ପାଦର ବିଜ୍ଞାପନ କରିବା ପୂର୍ବରୁ ତାହା ସମ୍ପର୍କରେ ଦାୟିତ୍ୱବୋଧ ରହିବା ଆବଶ୍ୟକ ।

What's Your Reaction?

like

dislike

love

funny

angry

sad

wow