ନିର୍ବାଚନରେ ​​ପରାଜୟ ପରେ ରିପବ୍ଲିକାନ୍ ପାର୍ଟିରେ ଅନ୍ତର୍ବିବାଦ: ବିଦ୍ରୋହୀଙ୍କୁ ନାଲି ଆଖି ଦେଖାଇଲା ହ୍ୱାଇଟ୍ ହାଉସ୍

Nov 16, 2026 - 13:15
ନିର୍ବାଚନରେ ​​ପରାଜୟ ପରେ ରିପବ୍ଲିକାନ୍ ପାର୍ଟିରେ ଅନ୍ତର୍ବିବାଦ: ବିଦ୍ରୋହୀଙ୍କୁ ନାଲି ଆଖି ଦେଖାଇଲା ହ୍ୱାଇଟ୍ ହାଉସ୍

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପରାଜୟ ପରେ ଦଳ ​​ମଧ୍ୟରେ ଅନ୍ତର୍ବିବାଦ ଦେଖାଦେଇଛି। ସଦସ୍ୟଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ରିପବ୍ଲିକାନ୍ ନ୍ୟାସନାଲ୍ କମିଟି ଅଧ୍ୟକ୍ଷ ଜୋ ଗ୍ରୁଟର୍ସଙ୍କୁ ବହିଷ୍କାର କରିବା ପାଇଁ ଦାବି ହେଉଛି। 

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ପରାଜୟ ପରେ ଦଳ ​​ମଧ୍ୟରେ ଅନ୍ତର୍ବିବାଦ ଦେଖାଦେଇଛି। ସଦସ୍ୟଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି। ରିପବ୍ଲିକାନ୍ ନ୍ୟାସନାଲ୍ କମିଟି ଅଧ୍ୟକ୍ଷ ଜୋ ଗ୍ରୁଟର୍ସଙ୍କୁ ବହିଷ୍କାର କରିବା ପାଇଁ ଦାବି ହେଉଛି। ଗ୍ରୁଟର୍ସ ଟ୍ରମ୍ପଙ୍କ ନିକଟତର। ଟ୍ରମ୍ପ ଚାହୁଁଛନ୍ତି ଯେ, ଗ୍ରୁଟର୍ସ ନିଜ ପଦରେ ରହି କାର୍ଯ୍ୟ ଜାରି ରଖନ୍ତୁ। ମାତ୍ର ବିଦ୍ରୋହୀ ଏହାକୁ ପସନ୍ଦ କରୁ ନାହାନ୍ତି। ଦଳର କିଛି ନେତା ଗ୍ରୁଟର୍ସଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଖର୍ଚ୍ଚର ତଦନ୍ତ କରାଯାଉ ବୋଲି ଦାବି କରୁଛନ୍ତି। 

ଆର୍ଥିକ ସହାୟତା ବନ୍ଦ କରିଦିଆଯିବ
ଏହା ସହିତ ଟ୍ରମ୍ପଙ୍କ ପୂର୍ବତନ ଚିଫ୍ ଅଫ୍ ଷ୍ଟାଫ୍ ସୁସି ୱାଇଲ୍ସଙ୍କ ଝିଅ କାରୋଲିନ୍ ୱାଇଲ୍ସଙ୍କ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। ଦଳ ଭିତରେ ବିଭିନ୍ନ ଗୋଷ୍ଠୀ ପରସ୍ପର ବିରୋଧରେ ଇମେଲ୍ ଏବଂ ଗୋପନୀୟ ସୂଚନା ଲିକ୍ କରୁଛନ୍ତି। ଫଳରେ ଦଳରେ ଜାରି ରହିଥିବା ମତଭେଦ ପଦାରେ ପଡ଼ିବାରେ ଲାଗିଛି। ତେବେ ହ୍ୱାଇଟ୍ ହାଉସ୍ ବିଦ୍ରୋହୀ ନେତାମାନଙ୍କୁ ନାଲି ଆଖି ଦେଖାଇ ଚେତାବନୀ ଦେଇଛି ଯେ, ଯଦି ସେମାନେ ଏଭଳି କାର୍ଯ୍ୟ ଜାରି ରଖିବେ ତେବେ ଦଳ ପକ୍ଷରୁ ସେମାନଙ୍କର ଆର୍ଥିକ ସହାୟତା ବନ୍ଦ କରିଦିଆଯିବ।

ନୂତନ ରିପବ୍ଲିକାନ୍ ନ୍ୟାସନାଲ୍ କମିଟି ଅଧ୍ୟକ୍ଷ ଜାନୁଆରିରେ ଆରିଜୋନା ସମ୍ମିଳନୀରେ ନିର୍ବାଚିତ ହେବେ। ତେବେ ଦଳରେ ଜାହରି ରହିଥିବା ମତଭେଦ ୨୦୨୮ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତିକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

What's Your Reaction?

like

dislike

love

funny

angry

sad

wow