ପଶ୍ଚିମ ଏସିଆରେ ପହଞ୍ଚିଲା ଆମେରିକାର ତୃତୀୟ ବିମାନ ବାହକ ରୁଜଭେଲ୍ଟ

Nov 16, 2026 - 13:17
ପଶ୍ଚିମ ଏସିଆରେ ପହଞ୍ଚିଲା ଆମେରିକାର ତୃତୀୟ ବିମାନ ବାହକ ରୁଜଭେଲ୍ଟ

ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମଧ୍ୟପ୍ରାଚ୍ୟରେ ପୁଣି ଏକ ବଡ଼ ଧରଣର ଯୁଦ୍ଧ ହେବାର ଆଶଙ୍କା ଘନେଇବାରେ ଲାଗିଛି। ଆମେରିକାର ବିମାନବାହକ ଜାହାଜ ୟୁଏସଏସ ଥିଓଡୋର ରୁଜଭେଲ୍ଟକୁ ଏବେ ପଶ୍ଚିମ ଏସିଆରେ ପହଞ୍ଚିଛି। 

 ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମଧ୍ୟପ୍ରାଚ୍ୟରେ ପୁଣି ଏକ ବଡ଼ ଧରଣର ଯୁଦ୍ଧ ହେବାର ଆଶଙ୍କା ଘନେଇବାରେ ଲାଗିଛି। ଆମେରିକାର ବିମାନବାହକ ଜାହାଜ ୟୁଏସଏସ ଥିଓଡୋର ରୁଜଭେଲ୍ଟକୁ ଏବେ ପଶ୍ଚିମ ଏସିଆରେ ପହଞ୍ଚିଛି। ପୂର୍ବରୁ ଏଠାରେ ମୁତୟନ ଥିବା ଅନ୍ୟ ଦୁଇ ଆମେରିକୀୟ ବିମାନବାହକ ଜାହାଜଙ୍କ ସହିତ ରୁଜଭେଲ୍ଟ ସାମିଲ ହୋଇଛି। ଫଳରେ ନୌସେନା ବାହକ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। 

ଇରାନ ବିରୋଧରେ ସାମରିକ ଅଭିଯାନ ପୁଣି ଆରମ୍ଭ କରିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଉଥିବାବେଳେ ରୁଜଭେଲ୍ଟ ଏବେ ୟୁଏସ୍ଏସ୍ ଜର୍ଜ ୱାସିଂଟନ ଏବଂ ୟୁଏସ୍ଏସ୍ ଜର୍ଜ ଏଚ୍.ଡବ୍ଲୁ. ବୁଶ ସହିତ ଯୋଗ ଦେଇଛି। ୟୁଏସ୍ଏସ୍ ଜର୍ଜ ଏଚ୍.ଡବ୍ଲୁ. ବୁଶ ଏପ୍ରିଲରେ ଏବଂ ୟୁଏସ୍ଏସ୍ ଜର୍ଜ ୱାସିଂଟନ ଅଗଷ୍ଟରେ ପଶ୍ଚିମ ଏସିଆରେ ପହଞ୍ଚିଥିଲେ। ରୁଜଭେଲ୍ଟ ନଭେମ୍ବର ୮ ତାରିଖରେ ସିଙ୍ଗାପୁରରୁ ବାହାରି ମାଲାକ୍କା ପ୍ରଣାଳୀ ଦେଇ ପଶ୍ଚିମ ଏସିଆ ଅଭିମୁଖେ ଯାତ୍ରା କରି ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍‌ର ଅଧିକାରକ୍ଷେତ୍ରରେ ପହଞ୍ଚିଛି। ଏହାର କ୍ୟାରିଅର ଷ୍ଟ୍ରାଇକ୍ ଗ୍ରୁପରେ କ୍ୟାରିଅର ଏୟାର ୱିଙ୍ଗ ୧୧, କ୍ରୁଜର ୟୁଏସ୍ଏସ୍ ଚୋସିନ୍ ଏବଂ ଦୁଇଟି ବିଧ୍ୱଂସକ, ୟୁଏସ୍ଏସ୍ ପଲ୍ ହାମିଲ୍ଟନ୍ ଏବଂ ୟୁଏସ୍ଏସ୍ ଡେକାଟୁର୍ ସାମିଲ ଅଛନ୍ତି।

ନୌସେନାର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଦର୍ଶାଉଛି
ଇରାନ ନିକଟରେ ପଶ୍ଚିମ ଏସିଆରେ ତିନୋଟି ବାହକର ଉପସ୍ଥିତି ଅଞ୍ଚଳରେ ଆମେରିକୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତିକୁ ଦର୍ଶାଉଛି। ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ୨୦୦୩ ଇରାକ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ତିନୋଟି ଆମେରିକୀୟ ବିମାନ ବାହକ ଏହି ଅଞ୍ଚଳରେ ମୁତୟନ କରାଯାଇଥିଲା। ଏହି ବିମାନ ବାହାକଗୁଡ଼ିକ ଅଞ୍ଚଳରେ କେତେ ଦିନ ରହିବ ସେନେଇ କୌଣସି ସୂଚନା ମିଳିନାହିଁ। 

ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ନେଇ ଅନିଶ୍ଚିତତା ଜାରି ରହିଛି। ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ, ଇରାନ ସହିତ ଚୁକ୍ତି ଆଉ ଆବଶ୍ୟକ ନୁହେଁ। ଅନ୍ୟପକ୍ଷରେ ଇରାନ କହିଛି ଯେ, ଆମେ ଯୁଦ୍ଧ କିମ୍ବା ଶାନ୍ତି ପରିସ୍ଥିତିରେ ଫସି ରହିପାରିବୁ ନାହିଁ। ଇରାନ ପୁଣି ଥରେ ନିଜ ସର୍ତ୍ତରେ ଆମେରିକା ସହିତ ଚୁକ୍ତି ସମ୍ପର୍କରେ ବିବୃତି ଜାରି କରିଛି। 

What's Your Reaction?

like

dislike

love

funny

angry

sad

wow