ବିଦ୍ୟାଳୟ ଭିତରେ ଆଖିବୁଜା ଗୁଳି ମାଡ଼, ୫ ମୃତ

Dec 17, 2024 - 13:24
 0  7
ବିଦ୍ୟାଳୟ ଭିତରେ ଆଖିବୁଜା ଗୁଳି ମାଡ଼, ୫ ମୃତ

ଆମେରିକାର ଏକ ବିଦ୍ୟାଳୟ ଭିତରେ ଆଖିବୁଜା ଗୁଳି ମାଡ଼ ଯୋଗୁଁ  ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ହୋଇଛନ୍ତି ଗୁରୁତର ଆହତ।ସୂଚନା ଅନୁଯାୟୀ, ଆମେରିକା ଓ୍ବିସ୍କୋସିନ୍‌ ସହରରେ ଥିବା ଅବଣ୍ଡେଣ୍ଟ ଲାଇପ୍ ଖ୍ରୀଷ୍ଟିୟାନ ବିଦ୍ୟାଳୟରେ ହୋଇଛି ଗୁଳିକାଣ୍ଡ । ବିଦ୍ୟାଳୟରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ ଜଣେ ୧୭ ବର୍ଷୀୟା ଛାତ୍ରୀ। ଏଥିରେ ଜଣେ ଶିକ୍ଷକ ସମେତ ମୋଟ୍ ୫ଜଣଙ୍କ ହୋଇଛି ମୃତ୍ୟୁ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହାସପାତାଳରେ ଭର୍ତ୍ତି କରିଛନ୍ତି ପୋଲିସ । ସେପଟେ ଗୁଳିମାଡ଼ କରିଥିବା ଛାତ୍ରୀଙ୍କୁ ପୋଲିସ ଏନକାଉଣ୍ଟର କରିଥିବାବେଳେ ମିଳି ପାରିନାହିଁ ଉକ୍ତ ବ୍ୟକ୍ତିଙ୍କ ପରିଚୟ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ। ତେବେ ଛାତ୍ରୀ ଜଣଙ୍କ କାହିଁକି ଏଭଳି କାଣ୍ଡ ଭିଆଇଲେ ତା’ର କାରଣ ଖୋଜୁଛି ପୋଲିସ ।

What's Your Reaction?

like

dislike

love

funny

angry

sad

wow