ଏଆଇ ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ କରିବା ଦିଗରେ ବଡ଼ ପଦକ୍ଷେପ ନେଲା ଭାରତ

Nov 16, 2026 - 13:06
ଏଆଇ ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ କରିବା ଦିଗରେ ବଡ଼ ପଦକ୍ଷେପ ନେଲା ଭାରତ

ଭାରତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାର ବିଶ୍ୱ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ଦିଗରେ ଏକ ବଡ଼ ରଣନୈତିକ ପଦକ୍ଷେପ ନେଇଛି। ଆମେରିକା ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଚୁକ୍ତିନାମାରେ ଭାରତ ସ୍ୱାକ୍ଷର କରିଛି। 

ଭାରତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାର ବିଶ୍ୱ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ଦିଗରେ ଏକ ବଡ଼ ରଣନୈତିକ ପଦକ୍ଷେପ ନେଇଛି। ଆମେରିକା ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଚୁକ୍ତିନାମାରେ ଭାରତ ସ୍ୱାକ୍ଷର କରିଛି। ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତିର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସମ୍ବେଦନଶୀଳ ପ୍ରଯୁକ୍ତିବିଦ୍ୟାର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିଶ୍ୱ ସ୍ତରରେ ବଢୁଥିବା ଭୂରାଜନୈତିକ ବିପଦର ସମାଧାନ କରିବା। ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବରେ ସାନ ଫ୍ରାନ୍ସିସ୍କୋ ଘୋଷଣାନାମା କୁହାଯାଉଛି। ଏହା ପ୍ୟାକ୍ସ ସିଲିକା ପଦକ୍ଷେପ ନାମକ ଆମେରିକୀୟ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୈତିକ-ସୁରକ୍ଷା ନୀତିର ଏକ ପ୍ରମୁଖ ଅଂଶ ବିଶେଷ। 

ଆମେରିକାର ଅର୍ଥନୈତିକ ବ୍ୟାପାର ଉପ ସଚିବ ଜାକବ ହେଲବର୍ଗଙ୍କ ଅନୁଯାୟୀ, ଭାରତ, ଦକ୍ଷିଣ କୋରିଆ, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ଆମେରିକା ଏହି ଘୋଷଣାପତ୍ରରେ ସ୍ୱାକ୍ଷର କରିଛି। ଜର୍ମାନୀ, ସ୍ୱିଡେନ, ନେଦରଲ୍ୟାଣ୍ଡ ଏବଂ ୟୁରୋପୀୟ କମିସନ ମଧ୍ୟ ଖୁବ୍ ଶୀଘ୍ର ଏହି ଗୋଷ୍ଠୀରେ ଯୋଗ ଦେବେ ବୋଲି ଆଶା କରାଯାଉଛି। ଜାପାନ, ଅଷ୍ଟ୍ରେଲିଆ, ଇସ୍ରାଏଲ ଏବଂ ୟୁକେ ଭଳି ଦେଶ ପୂର୍ବରୁ ଆମେରିକା ସହିତ ଏହି ପ୍ରଯୁକ୍ତିବିଦ୍ୟାର ସୁରକ୍ଷା ସହଭାଗୀତାରେ ସାମିଲ ଅଛନ୍ତି।

ବିଶେଷ ସୁରକ୍ଷା ଆବଶ୍ୟକ
ଚୁକ୍ତି ଅନୁସାରେ,ଯେକୌଣସି ସମ୍ଭାବ୍ୟ ବାଧା କିମ୍ବା ବିଦେଶୀ ହସ୍ତକ୍ଷେପରୁ ଏଆଇ ଏବଂ ଏହାର ସମ୍ବନ୍ଧିତ ହାର୍ଡୱେର୍ ଏବଂ ସଫ୍ଟୱେର୍‌ର ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ଦେବା। ସମସ୍ତ ସଦସ୍ୟ ଦେଶ ମିଳିତ ଭାବରେ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଲିଙ୍କଗୁଡ଼ିକର ଏକ ଅଂଶୀଦାର ତାଲିକା ବିକଶିତ କରିବେ ଯାହା ପାଇଁ ବିଶେଷ ସୁରକ୍ଷା ଆବଶ୍ୟକ। ପ୍ରଯୁକ୍ତିବିଦ୍ୟା ଚୋରି ରୋକିବା ପାଇଁ ସମ୍ବେଦନଶୀଳ ତଥ୍ୟ ଏବଂ ଉନ୍ନତ ପ୍ରଯୁକ୍ତିର ଅନଧିକୃତ ସ୍ଥାନାନ୍ତରକୁ ବନ୍ଦ କରାଯିବ। ଯାହା ଦ୍ଵାରା କୌଣସି ପ୍ରତିଦ୍ୱନ୍ଦ୍ୱୀ ଦେଶକୁ ଅନୁଚିତ ସାମରିକ କିମ୍ବା ଗୁଇନ୍ଦା ସୁବିଧା ଯେପରି ନ ମିଳିବ। ସଦସ୍ୟ ଦେଶମାନଙ୍କ ମଧ୍ୟରେ ଯୋଗାଣ ଶୃଙ୍ଖଳା ତ୍ରୁଟି ଚିହ୍ନଟ କରିବା, ଗୁପ୍ତଚରୀ ଏବଂ ବୈଷୟିକ ସୂଚନା ଆଦାନପ୍ରଦାନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ଗଠନ କରାଯିବ।

ବିଶେଷଜ୍ଞଙ୍କ ଅନୁସାରେ,ଏହି ଚୁକ୍ତିନାମାରେ ଭାରତର ପ୍ରବେଶ ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ବର୍ଦ୍ଧିତ ବିଶ୍ୱସନୀୟତାକୁ ପ୍ରତିଫଳିତ କରିବ। ଏହି ପଦକ୍ଷେପ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ ସହଯୋଗକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ସହିତ ଭବିଷ୍ୟତର ଏକ ସୁରକ୍ଷିତ ଡିଜିଟାଲ୍ ଅର୍ଥନୀତି ଗଠନରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସୁନିଶ୍ଚିତ କରିବ।

What's Your Reaction?

like

dislike

love

funny

angry

sad

wow