ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ

ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ

ପ୍ରତିଶୋଧପରାୟଣ ହୋଇପଡିଛି  ଇରାନ୍। ଇସ୍ରାଏଲ ଆକ୍ରମଣରେ ଗାଜାର ଶାସକ ତଥା ହମାସ୍‌ ମୁଖ୍ୟ ଇସ୍‌ମାଇଲ୍‌ ନିହତ ହେବା ପରେ ମଧ୍ୟପ୍ରାଚ୍ୟରେ ବଢ଼ିବାରେ ଲାଗିଛି ଉତ୍ତେଜନା। ଇରାନର ରିଭୋଲ୍ୟୁଶନାରୀ ଗାର୍ଡମାନେ ହାନିଆଙ୍କ ହତ୍ୟା ପାଇଁ କଠୋର ପ୍ରତିଶୋଧ ନେବାକୁ ନେଇଛନ୍ତି ଶପଥ । ତାଙ୍କ ମୃତ୍ୟୁ ପାଇଁ ଇସ୍ରାଏଲକୁ କରିଛନ୍ତି ଦାୟୀ । ଗତକାଲିହମାସ ଏବଂ ହିଜବୁଲ୍ଲା ଇସ୍ରାଏଲ୍‌ ଉପରେ ଘନ ଘନ ରକେଟ୍‌ ମାଡ଼ କରିଛନ୍ତି  ଇରାନ୍‌ ଓ ଏହାର ସହଯୋଗୀ ଅତଙ୍କବାଦୀ ସଙ୍ଗଠନ । ଅନ୍ୟପକ୍ଷରେ ଲେବନାନ୍ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହେବାର ମଧ୍ୟ ବୃଦ୍ଧି ପାଇଛି ସମ୍ଭାବନା । ହାନିଆଙ୍କ ହତ୍ୟା ପରେ ଇସ୍ରାଏଲ ହିଜବୁଲାର ସାମରିକ କମାଣ୍ଡର ଫୁଆଦ ଶୁକରଙ୍କୁ ମଧ୍ୟ କରିଛି ହତ୍ୟା । ଏହାଦ୍ୱାରା ଇସ୍ରାଏଲ ଏବଂ ଲେବନାନ ମଧ୍ୟରେ ବୃଦ୍ଧି ପାଇଛି ତିକ୍ତତା । ଦକ୍ଷିଣ ଲେବନାନରେ ଆକ୍ରମଣ କରିଛି ଇସ୍ରାଏଲ । ଏଥିରେ ହିଜବୁଲ୍ଲାର ଜଣେ ସେନା ଅଧିକାରୀଙ୍କ ହୋଇଛି ମୃତ୍ୟୁ । ସେପଟେ ଇସ୍ରାଏଲ୍‌ ଏବଂ ଇରାନ ଯୁଦ୍ଧର ନିକଟତର ହେଉଥିବାବେଳେ ମଧ୍ୟପ୍ରାଚ୍ୟରେ ଅତିରିକ୍ତ ଯୁଦ୍ଧବିମାନ ଏବଂ ନୌସେନା ଯୁଦ୍ଧଜାହାଜ ମୁତୟନ କରିବାକୁ ଯାଉଛି  ଆମେରିକା ସୈନ୍ୟବାହିନୀ । ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍‌ ଅଷ୍ଟିନ୍‌ ମଧ୍ୟପ୍ରାଚ୍ୟ ଏବଂ ୟୁରୋପକୁ ଅତିରିକ୍ତ ଯୁଦ୍ଧଜାହାଜ ଏବଂ ଲଢ଼ୁଆ ବିମାନ ପଠାଇବା ପ୍ରସ୍ତାବକୁ କରିଛନ୍ତି ଅନୁମୋଦନ ।