ପ୍ରକୃତିର ତାଣ୍ଡବ ପରେ ସରୁନି ବିଭୀଷିକା ପରର କରୁଣ କାହାଣୀ

Aug 4, 2024 - 13:25
 0  11
ପ୍ରକୃତିର ତାଣ୍ଡବ ପରେ ସରୁନି ବିଭୀଷିକା ପରର କରୁଣ କାହାଣୀ

କେରଳ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ପରେ ସରୁନି ବିଭୀଷିକା ପରର କରୁଣ କାହାଣୀ। ସବୁଠି ବଢିବାରେ ଲାଗିଛି ମୃତକଙ୍କ ସଂଖ୍ଯା। । ୱାୟନାଡ ବିଭୀଷିକାରେ ୩୫୮ ଛୁଇଁଛି ମୃତ୍ଯୁ ସଂଖ୍ଯା । ଏବେ ବି ୩ ଶହରୁ ଅଧିକ ଲୋକ ପୋତି ହୋଇ ରହିଥିବା କରାଯାଉଛି ଆଶଙ୍କା।ବିପନ୍ନଙ୍କୁ ଉଦ୍ଧାର ଲାଗି ଡ୍ରୋନଭିତ୍ତିକ ରାଡାର ଜରିଆରେ ଚାଲିଛି ତଲାସି ଅଭିଯାନ। ବାୟୁସେନା ସମେତ ବିଭିନ୍ନ ବାହିନୀର ଯବାନ ଚଳାଇଛନ୍ତି ଉଦ୍ଧାର କାର୍ଯ୍ୟ। ସେପଟେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ଯ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ଉପୁଜିଛି ସମସ୍ୟା। ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ଶହ ଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ। ଉତ୍ତରାଖଣ୍ଡରେ ମୃତ୍ଯୁ ସଂଖ୍ଯା ୨୩ ହୋଇଥିବାବେଳେ ନିଖୋଜ ଅଛନ୍ତି ୪୭ ଜଣ। ସେହପରି ହିମାଚଳ ପ୍ରଦେଶରେ ମୃତ୍ଯୁ ସଂଖ୍ଯା ୮ ହୋଇଥିବାବେଳେ ପ୍ରାୟ ୫୦ ଜଣ ନିଖୋଜ ରହିଥିବା ମିଳିଛି ସୂଚନା । 

What's Your Reaction?

like

dislike

love

funny

angry

sad

wow