ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ
ଏବେ କଂଗ୍ରେସ ପାଖରେ ଅଛି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଯାହା ଖୁବ୍ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି ତାହାକୁ ଫେରାଇବା ନାଁ ଧରୁନି କଂଗ୍ରେସ । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି । ସମଗ୍ର ଦେଶବାସୀଙ୍କ ନିମନ୍ତେ ଖୁବ୍ ଗୁରୁତ୍ୱ ବହନ କରୁଛି ଏହି ସବୁ ଚିଠି। ତେଣୁ ଏହାକୁ ସଂଗ୍ରହାଳୟକୁ ଫେରାଇ ଦେବାକୁ କୁହାଯାଇଛି ରାହୁଲ ଗାନ୍ଧିଙ୍କୁ ।ମାତ୍ର ଏହାକୁ ନେଇ କଂଗ୍ରେସ ତରଫରୁ ମିଳିପାରିନାହିଁ କୌଣସି ପ୍ରତିକ୍ରିୟା ।
Jangyaseni Parida