ଓ୍ବାକଫ ବିଲକୁ ନେଇ ଜଳୁଛି ମୁର୍ଶିଦାବାଦ, ୩ ମୃତ

ୱାକଫ୍ ବିଲ୍କୁ ନେଇ ଜଳୁଛି ପଶ୍ଚିମବଙ୍ଗ । ବିଲ୍ ବିରୋଧରେ ପ୍ରତିବାଦ ନେଇଛି ହିଂସାର ରୂପ । ମୁର୍ସିଦାବାଦରେ ହିଂସା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଛନ୍ତି ଅନେକ ଲୋକ। ପୁଲିସ ଗାଡି ଓ ସାର୍ବଜନୀନ ସମ୍ପତ୍ତିରେ ନିଆଁ ଲଗାଇଦେଇଛନ୍ତି ପ୍ରଦର୍ଶନକାରୀ । ଲୋକଙ୍କ ଘରେ ପଶି ମାରପିଟ୍ କରିବା ସହ ଭଙ୍ଗାରୁଜା କରିଛନ୍ତି ହିଂସାକାରୀ । ସ୍ଥିତି ବିଗୁଡୁଥିବାରୁ କୋଲକାତା ଉଚ୍ଚନ୍ୟାୟଳୟ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ୧୫୦ ଜଣଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ନାହିଁ ସ୍ଥିତି । ବନ୍ଦ କରିଦିଆଯାଇଛି ଇଣ୍ଟରନେଟ୍ ସେବା। ଅଧିକାଂଶ ଅଞ୍ଚଳରେ ବିଏସଏସ୍ ୧୬୩ କରାଯାଇଛି ଲାଗୁ । ହିଂସା ଘଟିଥିବା ମୁସଲିମ୍ ବହୁଳ ୫ ଜିଲ୍ଲାରେ ୫ କମ୍ପାନୀ ବିଏସଏଫ ଯବାନ କରାଯାଇଛି ମୁତୟନ ।ହିନ୍ଦୁମାନେ ସୁରକ୍ଷିତ ନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ । ସମସ୍ୟା ସମାଧାନ ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
What's Your Reaction?






