ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକ୍ରମଣ: ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ରେ ୨୧ ମୃତ

ୟୁକ୍ରେନର ସୁମିରେ ଏକ ଭୟଙ୍କର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ। ଫଳରେ ସୁମିରେ ଘଟିଛିି ବ୍ୟାପକ ଧ୍ୱଂସ। ଏହି ଆକ୍ରମଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତ ହୋଇଛନ୍ତି ଶହ ଶହ ଲୋକ। ରୁଷିଆ କ୍ଷେପଣାସ୍ତ୍ରଗୁଡ଼ିକ ସହରର ରାସ୍ତା, ସାଧାରଣ ଜୀବନ – ଆବାସିକ କୋଠା, ଶିକ୍ଷାନୁଷ୍ଠାନ, ରାସ୍ତାରେ ଥିବା କାରଗୁଡ଼ିକୁ କରିଛି ନିଶାଣ। ରବିବାର ଦିନ ଲୋକମାନେ ଚର୍ଚ୍ଚକୁ ଯାଉଥିବା ସମୟରେ ହୋଇଛି ଏହି ଆକ୍ରମଣ ।ଏହି ଆକ୍ରମଣକୁ ରୁଷିଆ-ୟୁକ୍ରେନ ଯୁଦ୍ଧର ଏକ ନୂତନ ଅଧ୍ୟାୟ ଭାବରେ କରାଯାଉଛି ବିବେଚନା। ଏହା ପରେ ଅଧିକ ଭୟଙ୍କର ରୂପ ନେଇପାରେ ଯୁଦ୍ଧ।
What's Your Reaction?






