ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ଗିରଫ

ପଳାତକ ହୀରା ବ୍ୟବସାୟୀ ମେହୁଲ୍ ଚୋକ୍ସି ଗିରଫ । ଭାରତ ସରକାରଙ୍କ ଅପିଲ ପରେ ବେଲଜିୟମରୁ ମେହୁଲ ଚୋକସି ଗିରଫ ହୋଇଥିବା ମିଳିଛି ସୂଚନା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ଫେରାର ଥିଲେ ହୀରା ବ୍ୟବସାୟୀ ମେହୁଲ ଚୋକସି ।ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ରୁ ୧୩ ହଜାର ୫୦୦ କୋଟି ଟଙ୍କା ଋଣ ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ରହିଛି ଅଭିଯୋଗ । ଏବେ ସେ ବେଲଜିୟମ୍ କାରାଗାରେ ଥିବାବେଳେ ଖୁବଶୀଘ୍ର ତାଙ୍କୁ ଭାରତ ଆଣିବାକୁ କରାଯିବ ପ୍ରୟାସ ।୨୦୨୩ ନଭେମ୍ବର ୧୫ ତାରିଖରେ ମେହୁଲ ଚୋକସୀ ନିଜର ବେଲଜିୟମ୍ ପତ୍ନୀ ଜରିଆରେ ହାସଲ କରିଥିଲା ନାଗରିକତା କାର୍ଡ । ତେବେ ମେହୁଲ ଏନେଇ ଜାଲ୍ ଦସ୍ତାବେଜ୍ ଦେଇଥିବା ମଧ୍ଯ ରହିଛି ଅଭିଯୋଗ । ବେଲଜିୟମ୍ ଆଗରୁ ଏଣ୍ଟିଗୁଆର ନାଗରିକତା ଗ୍ରହଣ କରିଥିଲେ ମେହୁଲ୍ ଚୋକ୍ସି ।
What's Your Reaction?






