ପୁଣି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

Dec 6, 2024 - 12:44
 0  4
ପୁଣି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ପୁଣି ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆରବିଆଇ । ୬.୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍। ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଲଗାତାର ୧୧ ଥର ପାଇଁ ଅପରିବର୍ତ୍ତିତ ରହିଛି ରେପୋ ରେଟ୍। ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆମର ପ୍ରାଥମିକତା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର। ତେବେ ଗତ ଫେବୃଆରୀ ୨୦୨୩ ରେ ସୁଧ ହାରରେ ପରିବର୍ତ୍ତନ କରି ଏହାକୁ ୨୫ ଆଧାର ପଏଣ୍ଟରୁ ୬.୫୦ ପ୍ରତିଶତକୁ ବୃଦ୍ଧି କରିଥିଲା ରିଜର୍ଭ ବ୍ୟାଙ୍କ । ସେବେଠାରୁ ଏଥିରେ ହୋଇନାହିଁ ପରିବର୍ତ୍ତିତ।

What's Your Reaction?

like

dislike

love

funny

angry

sad

wow